
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):ରାଜ୍ୟ ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ନିଦେ୍ର୍ଧଶକ ହେମନ୍ତ କୁମାର ପଣ୍ଡା ରବିବାର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ବିବାଦୀୟ କୋଟିଆ ପଞ୍ଚାୟତର ଗଞ୍ଜେଇପଦର, ଟାଉପଦର ଓ ଜାନୀଗୁଡ଼ା ଗାଁରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ହିତାଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଛନ୍ତି ।
ସୂଚନା ଅନୁସାରେ, ଗଞ୍ଜେଇପଦରରେ କୃଷି ବନୀକରଣ ସହ କଫିଚାଷ ପାଇଁ ୭ ହଜାର ଛାୟାବୃକ୍ଷ ଲଗାଯାଇଛି । ବିଭାଗ ପକ୍ଷରୁ ଗଞ୍ଜେଇପଦରରେ ୩ ଶହ ଆମ୍ବ ଗଛ ଚାଷଜମି ହୁଡ଼ାରେ ଲଗାଯାଇଛି । ଏସବୁକୁ ଶ୍ରୀ ପଣ୍ଡା ପରିଦର୍ଶନ କରିଛନ୍ତି । ଟାଉପଦରରେ କୁକୁଡ଼ା ଚାଷୀଙ୍କ ସହ ଶ୍ରୀ ପଣ୍ଡା ଆଲୋଚନା କରିଛନ୍ତି । ମାଛଚାଷ ପାଇଁ ଜାନୀଗୁଡ଼ା ସହ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମରେ ନିର୍ମାଣାଧୀନ ପୋଖରୀ ବୁଲି ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷକରି ଜୈବିକ ପ୍ରଣାଳୀରେ ପୋଖରୀ ହିଡ଼ରେ କଦଳୀ, ଅମୃତଭଣ୍ଡା ଚାଷ ସହ ପୋଖରୀରେ ମାଛ ଯାଅାଁଳ ଛାଡ଼ିବାକୁ ଶ୍ରୀ ପଣ୍ଡା ହିତାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ନିଦେ୍ର୍ଧଶକଙ୍କ ସହ କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଧଶକ ଭବାନୀ ଶଙ୍କର କାଲୋ, କଫି ଉପନିଦେ୍ର୍ଧଶକ ଶୈଳେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.