ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ):ମାନିଗା ପଞ୍ଚାୟତ ଘୁଷୁରାବେଡା ଗାଁର ମୃତ ଶିକ୍ଷକ ଦୁଷ୍ମନ୍ତ ମାଝିଙ୍କ ପରିବାରକୁ ୨୦୦୬ ବ୍ୟାଚ ଶିକ୍ଷକଶିକ୍ଷୟିତ୍ରୀ ଆର୍ଥିକ ସହାୟତା ଦେଇଛନ୍ତି । ଶିକ୍ଷକଶିକ୍ଷୟିତ୍ରୀ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୯ ହଜାର ଟଙ୍କା ଦେଇଛନ୍ତି ।
ଚଳିତ ମାସ ୧୬ ତାରିଖ ସୋମବାର ଦିନ ଶିକ୍ଷକ ଦୁଷ୍ମନ୍ତଙ୍କର ମୃତୁ୍ୟ ହୋଇଥିଲା । ସେ ମାନିଗା କ୍ଲଷ୍ଟର ସିଆରସିସି ଥିଲେ । ମେଳାପୀ, ଭଦ୍ର ଓ ଅମାୟିକ ବ୍ୟକ୍ତିଭାବେ ଶିକ୍ଷକ ମହଲରେ ପରିଚିତ ଥିଲେ । ଶିକ୍ଷକ ଜଗନ୍ନାଥ ବେହେରା, ପବିତ୍ର ମୋହନ ମାଝି, ତୁସୀର ନାୟକ, ଲୋକନାଥ ମେହେର, ଅଜିତ ମଣ୍ଡଳ, ରଇନୁ ମାଝି, ସୁରେନ୍ଦ୍ର ମାଝି, ପ୍ରମୋଦ କୁମାର ମାଝି, ମନୋଜ କୁମାର ମାଝି ପ୍ରମୁଖ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟିଛନ୍ତି ।


Comments are closed, but trackbacks and pingbacks are open.