ମୃତ ଶିଶୁକୁ ବଞ୍ଚାଇବାକୁ ଝଡ଼ାଫୁଙ୍କା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବିଜ୍ଞାନରେ କେତେଅଗ୍ରଗତି ହେଲାଣି । ବିଜ୍ଞାନ ସହ ତାଳଦେଇ ଚିକିତ୍ସା ବିଜ୍ଞାନ ବି ପଛରେ ପଡ଼ିନି ।ଅଥଚ ଯେତେ ଯାହା ହେଲେ ବି ମଣିଷ ଭରସା କରୁଛି ତନ୍ତ୍ର, ମନ୍ତ୍ର ଉପରେ । ଜଣେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିବା ପରେ ବି କାଳେ ସେ ବଞ୍ଚôଯିବ ଭାବେ ଗୁଣିଗାରେଡିରଆଶ୍ରୟ ନେଇଥିଲେ ମୃତ ଶିଶୁପୁତ୍ରର ପରିବାର ଲୋକେ । କେନ୍ଦ୍ରାପଡ଼ା ସହର ମହମୁମାଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା କେନ୍ଦ୍ରାପଡ଼ା ବ୍ଲକ୍ ଗାଙ୍ଗପଡ଼ାରେଆଜି ଦେଖିବାକୁ ମିଳିଛି ଏଭଳି ଘଟଣା । ଗୁଣିଆ ଜଣକ ବଳରାମ ଜେନାଙ୍କ ୭ ବର୍ଷର ପୁଅକୁ ମନ୍ତୁରା ପାଣିରେ ଝଡ଼ାଫୁଙ୍କା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ପ୍ରାପ୍ତ ସୂଚନାଅନୁସାରେ, ଗାଙ୍ଗପଡ଼ା ଗ୍ରାମର ବଳରାମ ଜେନାଙ୍କ ପୁଅ ହଠାତ୍ କୌଣସି କାରଣରୁଅସୁସ୍ଥ ହୋଇପଡ଼ିଥିଲା । ପୁଅକୁ ବାତ ମାରିବାଆଶଙ୍କା କରି ପରିବାର ଲୋକେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଅସୁସ୍ଥତାର କାରଣ ନିରୂପଣ ହୋଇନଥିଲେ ବି ଶିଶୁ ପୁତ୍ରରଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଥିବାଅବସ୍ଥାରେ ଶିଶୁର ମୃତୁ୍ୟ ଘଟିଥିଲା । ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ ବି ପରିବାର ଲୋକେ ଏଥିରେ ବିଶ୍ୱାସ କରି ନଥିଲେ । ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେମିତି ହେଉ ଶିଶୁପୁତ୍ରର ଜୀବନ ବଞ୍ଚାଇବାକୁ । ଯାହାର ପରିଣାମ ସ୍ୱରୂପ ଗୁଣିଗାରେଡିରଆଶ୍ରୟ ନେଇଥିଲେ । ମୃତ ଶିଶୁକୁ ଡାକ୍ତରଖାନାରୁ ଘରକୁଆଣି ଗୁଣିଆକୁ ଡାକି ଝଡ଼ାଫୁଙ୍କାଆରମ୍ଭ କରିଦେଇଥିଲେ । ଗତ ୧୮ ଘଣ୍ଟା ମଧ୍ୟରେ ଶିଶୁପୁତ୍ରକୁ ଦୁଇ ଜଣ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରିଥିଲେ । ମୃତ ଶିଶୁକୁ ଗୁଣିଆ ଝଡାଫୁଙ୍କା କରୁଥିବା ଖବର ପ୍ରଚାରିତ ହେବା ପରେ ଗୁଣିଆ ଗାଁ ଛାଡ଼ି ପଳାଇ ଯାଇଥିଲା । ଘଟଣା ସଂକ୍ରାନ୍ତରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଏ ଦିଗରେ ତଦନ୍ତ ହେବ । ଶିଶୁପୁତ୍ରର ଚିକିତ୍ସାଅବହେଳା ପାଇଁ ଯଦି ଗୁଣିଆର କୌଣସି ଭୂମିକା ଥିବା ତଦନ୍ତରେ ପ୍ରମାଣିତ ହୁଏ ତେବେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons