ମେହବୁବାଙ୍କ ଅଭିଯୋଗ:ଭାରତର ପରାଜୟ ପାଇଁ କମଳା ଜର୍ସି ଦାୟୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଶ୍ୱକପ କ୍ରିକେଟ ମ୍ୟାଚ୍ରେ ଗତକାଲି ଭାରତ ୩୧ ରନ୍ରେ ଇଂଲଣ୍ଡଠାରୁ ହାରିବା ଘଟଣାକୁ ନେଇ ଯେତିକି ଚର୍ଚ୍ଚା ଆରମ୍ଭ ହୋଇଛି ତାଠାରୁ ଅଧିକ ବିବାଦ ସୃଷ୍ଟି ହୋଇଛି ଏହାର ଜର୍ସିକୁ ନେଇ । ଏଭଳି ପରିସ୍ଥିତିରେ ଆଜି ପିଡିପି ମୁଖ୍ୟ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତର ପରାଜୟ ପାଇଁ କମଳା ରଙ୍ଗର ଜର୍ସିକୁ ଦାୟୀ କରିଛନ୍ତି ।
ଟୁଇଟ୍ କରି ମେହବୁବା ଲେଖିଛନ୍ତି ଯେ ଆପଣମାନେ ମୋତେ ଅନ୍ଧବିଶ୍ୱାସୀ ବୋଲି କହିପାରନ୍ତି, ମୁଁ କିନ୍ତୁ ଗୋଟିଏ କଥା କହିବି ଯେ ଭାରତୀୟ ଖେଳାଳିମାନେ କମଳା ରଙ୍ଗର ଜର୍ସି ପିନ୍ଧିବାରୁ ଟିମ୍ ଇଣ୍ଡିଆର ବିଜୟଧାରା ଅଟକି ଗଲା । ଇଂଲଣ୍ଡ ସହ ମ୍ୟାଚ ଖେଳାଯିବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖୋଳାଳିମାନେ ନୂଆ କମଳା ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବେ ବୋଲି ଘୋଷଣା କରିଥିଲା । ସେହି ଅନୁସାରେ ଗତକାଲି ଟିମ୍ ଇଣ୍ଡିଆର ଖେଳାଳିମାନେ ନୂଆ ଜର୍ସି ପିନ୍ଧି ମ୍ୟାଚ୍ ଖେଳିଥିଲେ । ସେହିଭଳି ଏନ୍ସି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଭାରତୀୟ ଖେଳାଳିମାନେ ନୈରାଜ୍ୟଜନକ ଖେଳ ପ୍ରଦର୍ଶନ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଇଂଲଣ୍ଡ କିମ୍ବା ପାକିସ୍ତାନ ନୁହେଁ, ଭାରତର ସେମିଫାଇନାଲ ଖେଳିବା ଆଶା ଯଦି ବାଜିରେ ଲାଗିଥାନ୍ତା ତେବେ ଭାରତୀୟ ଖେଳାଳିମାନେ କ’ଣ ଏଭଳି ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥାନ୍ତେ?
ଅପରପକ୍ଷରେ ମେହବୁବାଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ମେହବୁବା ଖେଳକୁ ଧର୍ମ ସହ ନ ଯୋଡନ୍ତୁ । ଜର୍ସିର ରଙ୍ଗ କୌଣସି ଧର୍ମକୁ ଦେଖି ପରିବର୍ତ୍ତନ କରାଯାଇ ନାହିଁ । ସେହିଭଳି ଜମ୍ମୁ-କାଶ୍ମୀର ବିଜେପି ଶାଖା ସଭାପତି ରବୀନ୍ଦ୍ର ରୈନା କହିଛନ୍ତି ମେହବୁବାଙ୍କ ଚିନ୍ତା ଭାରତର ନୂଆ କମଳା ରଙ୍ଗର ଜର୍ସି ନୁହେଁ । ତାଙ୍କର ଚିନ୍ତା ପାକିସ୍ତାନ ବିଶ୍ୱକପରୁ ବାଦ୍ ପଡିବା । ମେହବୁବାଙ୍କର ଏତେ ପାକିସ୍ତାନ ପ୍ରୀତି କାହିଁକି? ଟୁଇଟରୁ ତାଙ୍କର ପାକିସ୍ତାନ ପ୍ରେମ ସ୍ପଷ୍ଟ ଭାବେ ବୁଝାପଡୁଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଭାରତୀୟ ଖେଳାଳିଙ୍କ ନୂଆ କମଳା ରଙ୍ଗର ଜର୍ସିକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଗଣସଙ୍ଗଠନ ଆପତ୍ତି ଉଠାଇଥିଲେ । କହିଥିଲେ ବିଜେପିର ରଙ୍ଗ କେଶରୀ ହୋଇଥିବାରୁ ଖେଳାଳିଙ୍କ ନୂଆ ଜର୍ସିକୁ ସେହି ରଙ୍ଗ କରାଯାଇଛି । ଦୀର୍ଘ ୨୭ ବର୍ଷ ପରେ ଗତକାଲି ଭାରତକୁ ପ୍ରଥମ କରି ହରାଇଛି ଇଂଲଣ୍ଡ । ୧୯୯୨ରେ ଶେଷଥର ପାଇଁ ଭାରତକୁ ହରାଇ ଇଂଲଣ୍ଡ ବିଜୟ ହାସଲ କରିଥିଲା । ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୭ଟି ମ୍ୟାଚରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ଡ୍ର ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons