ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମେ’ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ବୈଠକ ପରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୂଲ୍ୟାୟନ କେନ୍ଦ୍ରରେ ମେ’ ୧୯ ସୁଦ୍ଧା ପରୀକ୍ଷା ନୀରିକ୍ଷକମାନେ ପହଞ୍ଚିବେ । ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଜୁଲାଇ ଶେଷ ସୁଦ୍ଧା ଖାତା ଦେଖା ସରିବ । ଅଧିକ ଶିକ୍ଷକଙ୍କୁ ନେଇ ଖାତା ଦେଖା ଅନୁଷ୍ଠିତ ହେବ । ନୀରିକ୍ଷକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଖାତା ଦେଖା ସମୟରେ ସାମାଜିକ ଦୂରତ୍ବ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ୍ରେ ଖାତା ଦେଖା କେନ୍ଦ୍ରକୁ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ମାର୍ଚ୍ଚ ମାସରୁ ଏବର୍ଷ ଗ୍ରୀଷ୍ମ ଛୁଟି ଶୀଘ୍ର ଘୋଷଣା ହୋଇଥିବା ବେଳେ, ଜୁନ୍ ୧୭ରେ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି । ଯଦି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୁଏ, ତାହା ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଥିଲେ ।
ଶୁକ୍ରବାର ମନ୍ତ୍ରୀ କହିଥିଲେ ଯେ, ପରୀକ୍ଷାଫଳ ପ୍ରକାଶରେ ଯେପରି ବିଳମ୍ବ ନ ହେବ, ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ପ୍ରୟାସ ଚାଲିଛି । କରୋନା ଯୋଗୁଁ ଏବେ ବିଦ୍ୟାଳୟ ସବୁ ବନ୍ଦ ଅଛି, କିନ୍ତୁ ଶିକ୍ଷାଦାନ ପ୍ରକ୍ରିୟା ଚାଲୁ ରହିଛି । ଅନଲାଇନ୍ ଏବଂ ହ୍ବାଟସ୍ ଆପ୍ ମାଧ୍ୟମରେ ଶିକ୍ଷାଦାନ ଅବ୍ୟାହତ ଅଛି । ଶୁକ୍ରବାର ରାଜ୍ୟର ୨୧୪ ଆଦର୍ଶ ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟାକୁ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା ।
କରୋନା ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ତେବେ ଗ୍ରୀଷ୍ମଛୁଟି ପରେ, କେନ୍ଦ୍ର ସରକାର ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଯୁଗ୍ମ-ଅଯୁଗ୍ମ ରୋଲ୍ ନମ୍ବରକୁ ଭିତ୍ତି କରି ନୂଆ ଫର୍ମୂଲାରେ ଅଧା ପିଲାଙ୍କୁ ନେଇ ସାମାଜିକ ଦୂରତା ବଜାୟ ରଖି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ NCERTଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି । ତେବେ ଏଯାଏଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟର ମାର୍ଗଦର୍ଶିକା ମିଳିନାହିଁ । ଏହା ମିଳିବା ପରେ ହିଁ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଅନଲାଇନରେ ଶିକ୍ଷାଦାନ ସହ ଛୁଟିରେ ପିଲାମାନେ ଅନ୍ୟ କଣ ସବୁ ପ୍ରୋଜେକ୍ଟ କାମ କରିବେ ସେ ନେଇ ମଧ୍ୟ ଘଉଋଜଞ ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକାରେ ଗୁରୁତ୍ବ ଦେଉଛନ୍ତି।
Comments are closed, but trackbacks and pingbacks are open.