ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାରଙ୍କ କରୋନା ବିରୋଧୀ ଲଢେ଼ଇରେ ସାମିଲ ହୋଇଛି ରାଜ୍ୟର ପ୍ରମୁଖ ଖଣି କଶ୍ଛାନି ମୈତ୍ରୀ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ମାଇନିଂ ଇଣ୍ଡିଆ । କରୋନା ଯୋଦ୍ଧାଙ୍କୁ ସହାୟତା ଉଦେ୍ଧଶ୍ୟରେ ଆଜି କମ୍ପାନି ପକ୍ଷରୁ ରାଜ୍ୟ ସରକାରଙ୍କୁ ୧ ଲକ୍ଷ ଫେସ୍ ମାସ୍କ ପ୍ରଦାନ କରାଯାଇଛି । ମୈତ୍ରୀ ଇନଫ୍ରାର ଅଧ୍ୟକ୍ଷ ଟି ଶ୍ରୀନିବାସ ରାଓ ଆଜି ନବୀନ ନିବାସରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ମାସ୍କ ହସ୍ତାନ୍ତର କରିଛନ୍ତି । ସୂଚନା ଥାଉକି, ମୈତ୍ରୀ ଇନ୍ଫ୍ରାଷ୍ଟ୍ରକ୍ଚର ପକ୍ଷରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ସଡ଼କ ଓ ଗ୍ରାମଗୁଡ଼ିକୁ ସାନିଟାଇଜ କରାଯିବା ସହ ଲୋକମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଉଛି ।
Comments are closed, but trackbacks and pingbacks are open.