ମୋଟରଯାନ ଆଇନର ପ୍ରଥମ ୧୫ ଦିନ:୧୦ ରାଜ୍ୟରେ କଟିଲା ୧୦.୫ ଲକ୍ଷ ଚାଲାଣ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଚଳିତ ମାସ ୧ ତାରିଖରୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ-୨୦୧୯ । ଏହା ଲାଗୁ ହେବା ପରେ ସମଗ୍ର ଦେଶରେ ଗାଡିଗୁଡିକର ଚାଲାଣ କଟାଯିବା ବିଷୟ ଚର୍ଚ୍ଚାରେ ରହିଛି । ଦେଶର ଭିନ୍ନ ଭିନ୍ନ ସହରରେ ଲାଇସେନ୍ସ ବନାଇବାଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍ ନେବା ପାଇଁ ଲମ୍ବା ଧାଡି । ଏକ ରିପୋର୍ଟରୁ ଜଣାଯାଇଛି ଯେ, ନୂଆ ଆଇନ ଲାଗୁ ହେବାର ପ୍ରଥମ ୧୫ ଦିନରେ ୧୦ଟି ରାଜ୍ୟରେ ମୋଟ ୧୦.୫ ଲକ୍ଷରୁ ଊଦ୍ଧ୍ୱର୍ ଚାଲାଣ କଟାଯାଇଛି । କାଗଜପତ୍ର ନ ଥିବାରୁ ଲୋକଙ୍କୁ ଜରିମାନା ଲଗାଯାଇଛି । ଏତିକି ଦିନରେ ଏତେ ସଂଖ୍ୟାରେ ଚାଲାଣ କଟାଯିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ । ଏହି ୧୫ ଦିନରେ ଉକ୍ତ ରାଜ୍ୟଗୁଡିକରେ ମୋଟ ୫.୫ ଲକ୍ଷ ଲୋକ ଡ୍ରାଇଭିଂ ଲାଇସେନ୍ସ ବନାଇଛନ୍ତି । ଖାଲି ସେତିକି ନୁହେଁ ବୀମା ବିକ୍ରି ଏହି ସମୟରେ ଦୁଇ ଗୁଣ ବଢ଼ିଥିବା ଜଣାପଡ଼ିଛି । ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, ଝାରଖଣ୍ଡ, ଦିଲ୍ଲୀ, ଛତିଶଗଡ ଏବଂ ଗୁଜରାଟ ଆଦି ୧୦ଟି ରାଜ୍ୟକୁ ନେଇ ଏହି ସର୍ଭେ କରାଯାଇଛି ।
ଦିଲ୍ଲୀରେ ଚଳିତମାସ ୧ରୁ ୧୫ ତାରିଖ ମଧ୍ୟରେ ୭୭,୩୨୦ ଚାଲାଣ କଟାଯାଇଛି । ଅଗଷ୍ଟ ୧୬ରୁ ୩୧ ଯାଏ ଏଠାରେ ୩,୫୯,୦୪୨ ସଂଖ୍ୟକ ଚାଲାଣ କଟାଯାଇଥିଲା । ଅର୍ଥାତ୍ ଆଇନ ଲାଗୁ ହେବାର ୧୫ ଦିନରେ ଚାଲାଣ ସଂଖ୍ୟା ୭୮.୮୪ଧ କମିଯାଇଛି । ଲୋକେ ଏବେ ପ୍ରଦୂଷଣ ସାର୍ଟିଫିକେଟ୍କୁ ନେଇ ସଚେତନ ହେଉଛନ୍ତି । ଉତ୍ତର ପ୍ରଦେଶରେ ୧ରୁ ୧୫ ସେପ୍ଟେମ୍ବର ମଧ୍ୟରେ ୨ କୋଟି ୨୩ ଲକ୍ଷ ଲୋକ ନିଜ ଗାଡିର ପ୍ରଦୂଷଣ ସ୍ତର ଯାଞ୍ଚ କରିଛନ୍ତି । ଏହି ସମୟରେ ବୀମା ବିକ୍ରି ଦୁଇ ଗୁଣ ହୋଇଛି ।
ବଜାଜ ଆଲିଆଞ୍ଜ୍ ଜେନେରାଲ ଇନ୍ସୁ୍ୟରାନ୍ସ(ମୋଟର ବିଜ୍ନେସ୍)ର ସଭାପତି ତଥା କଣ୍ଟ୍ରି ହେଡ୍ ଗୁରନିସ ଖୁରାନା କହିଛନ୍ତି ଯେ, ନୂଆ ନିୟମ ଆସିବା ପରେ ହଠାତ୍ ମୋଟ ବୀମା ବଜାର ଦ୍ରୁତ ବେଗରେ ବଢିଛି । ଗତ ମାସ ତୁଳନାରେ ଏବେ ତୃତୀୟ ପକ୍ଷ ବୀମା ବିକ୍ରି ଦୁଇ ଗୁଣ ବଢ଼ିଛି । ଅନ୍ଲାଇନ୍ ବିକ୍ରି ତ୍ୱରାନ୍ୱିତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons