
ମାଲକାନଗିରି,(ବି.ବି.ନୁ୍ୟଜ) ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ମାରି କରୋନା ସଂକ୍ରମଣ ବ୍ୟାପିବାକୁ ଲାଗିଥିବାରୁ ଘରବାହୁଡା ହେଉଛନ୍ତି ପ୍ରବାସୀ ଶ୍ରମିକ ମାନେ । ଏବେ କରୋନା କରିଛି ପ୍ରବାସୀ ଶ୍ରମିକ ମାନଙ୍କୁ ବାଟବଣା,ସେମାନେ କେମିତି ନିଜ ନିଜ ଘରକୁ ଫେରିବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ କରିଦିଆଯାଇଥିବାରୁ ପ୍ରବାସୀ ଶ୍ରମିକ ମାନେ ବହୁତ ହଇରାଣ ହେଉଛନ୍ତି , ଶ୍ରମିକ ମାନେ ଭଡା କରି ଆସୁଥିବା ଛୋଟ ଗାଡି କିମ୍ବା ବସ ମାଲିକ ମାନେ ଏହି ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି ।ହାଇଦ୍ରାବାଦରୁ ମାଲାକନଗିରି କୁ ବସଭଡା ୯୦୦ରୁ ହଜାର ଟଙ୍କା ଥିବା ବେଳେ ଏହି ବସମାଲିକ ମାନେ ୨ହଜାରରୁ ୨୫୦୦ଟଙ୍କା ଲେଖା ଗାଡି ଭଡା ନେଉଥିବାର ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଠିକ ସେହିପରି ମୋଟୁ ରୁ ମାଲକାନଗିରି ସାଧାରଣତ ଗାଡି ଭଡା ୮୦ଟଙ୍କା ଥିବା ବେଳେ ୧୦୦ କିଲୋମିଟର କୁ ୩୦୦ଟଙ୍କା ଗାଡି ଭଡା ନେଉଥିବାର ଜଣାପଡିଛି । ଏବେ ୪ଟି ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲା ମୋଟୁ ଚେକପୋଷ୍ଟ ଠାରେ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଲେଉଟାଣି ହୋଇଛି ଭୟଙ୍କର,ପୁବ ର୍ବର୍ଷ ଅପେକ୍ଷା ଚଳତ ବର୍ଷ ଏହା ର ସଂକ୍ରମଣ ବହୁମାତା୍ରରେ ବଢିଯାଇଛି । ପୁଣି ଆରମ୍ଭ ହୋଇଯାଇଛି କରୋନା ର କରୁଣ କାହାଣୀ, କରୋନା ସଂକ୍ରମଣ ଭୟରେ ଚାକିରି ବାକିରି ଛାଡି ନିଜ ଜୀବନକୁ ବଚାଂଇବା ପାଇଁ ଗତ ବର୍ଷ ଭଳି ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେବାକୁ ଲାଗିଲେଣି ।
କରୋନା ମହାମାରିର ସଂକ୍ରମଣ ସଂପର୍କରେ ସବିଶେଷ ସୁଚନା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଦିନ ସଂନ୍ଦ୍ୟା ୫ ଟାରେ ଗଣମାଧ୍ୟମକୁ ଦିଆଯାଉଛି । ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଉପସ୍ଥିତ ରହି ଜିଲ୍ଲାର କୋଭିଡ ଅପଟୁଡେଟ ସଂପର୍କରେ ସୁଚନା ଦେଇଛନ୍ତି । ସୀମାନ୍ତ ମୋଟୁ ପ୍ରବେଶ ପଥ ଦେଇ ୨୨ତାରିଖ ସୁଦ୍ଧା ୪୨୭୯ଜଣ ପ୍ରବାସୀ ଶ୍ରମିକ ଘରବାହୁଡା ହେଲେଣି, ଏମାନଙ୍କ ମଧ୍ୟରୁ ୩୧୦୭ଜଣ ମାଲକାନଗିରି ଜିଲ୍ଲାର ଥିବା ବଳେ ୧୦୧୨ଜଣ ଅନ୍ୟାନ ଜିଲ୍ଲା ର ଓ ୬୦ଜଣ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକ ଫେରିଛନ୍ତି ।ଇତି ମଧ୍ୟରେ ଜିଲ୍ଲାରେ ୧ଲକ୍ଷ ୮୯ହଜାର୭୪୨ ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି ,ଆଜି ସୁଦ୍ଧା ୫୩୩୫ଜଣ ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ୫୨୩୬ଜଣ ସୁସ୍ଥ ହୋଇଛନ୍ତି,୭୪ ଏକ୍ଟିଭ କେସ ଅଛି,ବାହାର ରାଜ୍ୟ ରୁ ଆସୁଥିବା ବ୍ୟକ୍ତିମାନଙ୍କର ୭୨ଘଟାଂମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଟିକାନେବାର ସାର୍ଟିଫେକଟ ଦେଖାଯାଇ ସୋମାନଙ୍କୁ ଜିଲ୍ଲାଭିତରକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଉଛି । ଯାହାର ଜ୍ୱର କିମ୍ବା କିଛି ଲକ୍ଷଣ ଦେଖାଯାଉଛି ସେବ୍ୟକ୍ତି ମାନଙ୍କୁ ଗୃହସଂଘରୋଧ, ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି) କିମ୍ବା ସିଏଲଟିଏମସି ରେ ରଖିବା ନିମନ୍ତେ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସପ୍ତାହାନ୍ତ ଶନିବାର ଓ ରବିବାର ସଟ୍ଡାଉନ୍ ସହ ନାଇଟକର୍ଫ୍ୟୁ ଜାରି କରାଯାଇଛି । ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ସେତୁ ବୋର୍ଡର ଚେକ ପୋଷ୍ଟ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି ,ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କରା ଯାଇଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀ ରେ ରଖି ଡାକ୍ତରୀ ପରୀକ୍ଷା ଓ ଥର୍ମାଲ ସ୍କ୍ରୀନିଂ କରାଯାଉଛି , କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ ମୋଟୁ କାଲେରୁ ବ୍ରୀଜ ଓ ମୋଟୁ ସିଲେରୁ ନଦୀ ନଦୀଘାଟ ରେ ଚେକପୋଷ୍ଟ କରାଯାଇ ଆନ୍ତରାଜ୍ୟ ବସ ଓ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଦିଆ ଯାଇଛି । କୋଭିଡ ନିୟମ ମାନିବା ସହିତ ଜିଲ୍ଲାବାସୀ କିପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ପାଇଁ ୨୪ଘଟିଂଆ କଂଟ୍ରୋଲ ରୁମ ଖୋଲାଯାଇଛି । କୋଭିଡ ନିୟମକୁ କଡା କଡି କରି ମାସ୍କ ପରିଧାନ, ସମାଜିକ ଦୂରତା ଅବଲମ୍ବନ,କୌଣସି ସ୍ଥାନରେ ଭିଡ ନକରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.