ମୋତିଗାଁ ଯୁବଗୋÂୀ ପାଇଁ କମୁ୍ୟନିଟି ଗୃହ ସାତ ସପନ

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ମୋତିଗାଁ ଯୁବଗୋÂୀ ୮୦ ଦଶକରୁ କ୍ରୀଡ଼ା, ସାଂସ୍କୃତିକ କଳାକ୍ଷେତ୍ରରେ ସମଗ୍ର ଅଂଚଳରେ ସୁନାମ ରଖି ଆସୁଛି । ଦୀର୍ଘ ୨୫ ବର୍ଷ ହେବ ଗ୍ରାମର ଯୁବଗୋÂୀ ପଲ୍ଲୀବିକାଶ କଳା ପରିଷଦ ନାମକ ଏକ ଯୁବକ ସଂଘ ଗଠନ କରି ଜିଲ୍ଲାରେ ସାଂସ୍କୃତିକ ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମରେ ଯୁବକମାନଙ୍କ ବସାଉଠା କରିବା ସକାଶେ ଏକ କମୁ୍ୟନିଟି ଗୃହ ନାହିଁ । ଗ୍ରାମରେ ଏହା ଗାୟତ୍ରୀ ପରିଜନ କବ୍ଜାରେ ଥିବାରୁ ଯୁବ ସଂଗଠନ କ୍ରୀଡ଼ା ଏବଂ ସାଂସ୍କ୍ରୁତିକ କାର୍ଯ୍ୟ ଆୟୋଜନ କରିବାକୁ କମ୍ ଆଗ୍ରହ ଦେଖାଉଥିବା ଲକ୍ଷ୍ୟ କରାଯାଇଛି ।
ପ୍ରାପ୍ତ ସୁଚନା ମୁତାବକ, ମୋତିଗାଁରେ ୮୦ ଦଶକରେ ମା’ ଖମ୍ବେଶ୍ୱରୀ ଯୁବକ ସଂଘ ଗଠନ କରି ଏହାକୁ ପଂଜିକୃତ କରାଇଛନ୍ତି । ଯୁବଗୋÂୀ ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଜାଗରଣ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବିଭିନ୍ନ ପୌରାଣିକ ନାଟକ ମଂଚସ୍ଥ କରି ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି । ଭଲିବଲ ଖେଳରେ ସମଗ୍ର ଚନ୍ଦାହାଣ୍ଡି ଅଂଚଳରେ ନାମ ରଖିବା ସହ ଏହି ସଂଘ ୧୯୮୬ରେ ଗ୍ରାମରେ ତଥା ଆଖପାଖ ଗ୍ରାମରେ ଭାଇଚାରାକୁ ସୁଦୃଢ଼ କରିବା ପାଇଁ ଦୁର୍ଗାପୂଜା ଆରମ୍ଭ କରିଥିଲେ । ଦୁର୍ଗାପୂଜା ଏବେବି ପ୍ରତିବର୍ଷ ପାଳନ କରାଯାଉଛି । ୧୯୯୬ରେ ଗ୍ରାମରେ ଯୁବ ସଂଗଠନକୁ ସୁନୃଢ଼ କରିବା ସକାଶେ ପଲ୍ଲୀବିକାଶ କାଳା ପରିଷଦ ଗଠନ କରାଗଲା । ଭଲିବଲ, କ୍ରିକେଟ, ଶିକ୍ଷାର ବିକାଶ ପାଇଁ ପ୍ରତିବର୍ଷ ଜାନୁୟାରୀ ୨୬ ପାଳନ ଅବସରରେ ପଂଚାୟତର ସ୍କୁଲ ପିଲାଙ୍କୁ ନେଇ ସଂଘ ନିଜ ଖର୍ଚ୍ଚ ର କ୍ରୀଡା ଏବଂ କୁଇଜ୍ ପ୍ରତିଯୋଗିତା କରି ପିଲାଙ୍କୁ ଶିକ୍ଷା ପ୍ରତି ଅକ୍ରୁଷ୍ଟ କରିପାରୁଥିଲା । ଏଥିରେ ସନ୍ତୁଷ୍ଟ ହୋଇ ତ+ାଳୀନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝି ସାଂସଦ ଫାଣ୍ଠିରୁ କମୁ୍ୟନିଟି ଗୃହ ପାଇଁ ଦେଢ଼ଲକ୍ଷ ଟଙ୍କା ମଂଜୁର କରିଥିଲେ । ଏହି ଟଙ୍କାରେ କେବଲ ମୁଳଦୁଆ ଯାଏଁ କାମ ହୋଇ ବର୍ତମାନ ସୁଦ୍ଧା ସେତିକିରେ ଅଟକି ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନାରୁ ୫ ଲକ୍ଷ ଟଙ୍କା ଅଟକଳ ମୁଲ୍ୟର ଏକ କମୁ୍ୟନିଟି ଗୃହ ପାଇଁ ମଞ୍ଜୁର ହୋଇଛି । ଅଥଚ ଏହାକୁ ନେଇ ମୋତିଗାଁ ଗାୟତ୍ରୀ ମନ୍ଦିର ମଧ୍ୟରେ ନିର୍ମାଣ କରାଯାଇଥିବାରୁ ଗ୍ରାମର ଯୁବଗୋÂୀ ସେଠାକୁ ଯାଇ ବସାଉଠା କରିବା କିମ୍ବା କ୍ରୀଡା ଏବଂ ଯୁବ ପ୍ରତିଭା ବାବଦରେ ଅନ୍ୟାନ୍ୟ ଆଲୋଚନା କରିପାରୁ ନାହାନ୍ତି ବୋଲି ଗ୍ରାମର ଯୁବଗୋÂୀ ପ୍ରକାଶ କରିଛନ୍ତି । ସେମାନେ ଗ୍ରାମରେ ଥିବା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ କିମ୍ବା ରବିବାର ବଜାର ପଡ଼ିଆରେ ବିଭିନ୍ନ ଯୁବ ସଂଗଠନ କାର୍ଯ୍ୟ ପାଇଁ ଆଲୋଚନା କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons