ମୋଦିଙ୍କୁ ପୁଣି ପାକ୍ ଗାୟିକାଙ୍କ ଧମକ

Get real time updates directly on you device, subscribe now.

ନୂଆଦିଲ୍ଲୀ/ଇସଲାମାବାଦ,: ପାକିସ୍ତାନର ପପ୍ ଗାୟିକା ରବି ପିରଜାଦା ଏବେ କିଛି କାରଣରୁ ବିବାଦୀୟ ହୋଇପଡିଛନ୍ତି । ସେ ନିୟମିତ ଭାବେ ଭାରତ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଉଛନ୍ତି । ଏପରି କରି ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । ପୂର୍ବରୁ ସେ ମୋଦିଙ୍କ ନିକଟକୁ ସାପ ଓ କୁମ୍ଭୀର ଆଦିକୁ ଉପହାର ଭାବେ ପଠାଇବେ ବୋଲି ଧମକ ଦେଇଥିଲେ ଏବଂ ଏସବୁ ଜୀବଜନ୍ତୁଙ୍କ ସହିତ ନିଜର ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ମୋଦି ସରକାର ଗତ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ସେ ଏ ପ୍ରକାର ଧମକ ଦେଇଥିଲେ ।
ଏବେ ସେ ପୁଣି ନିଜର ଏକ ଫଟୋ ଭାଇରାଲ କରାଇଛନ୍ତି ଯେଉଁଥିରେ ସେ ନିଜକୁ ଜଣେ ଆତ୍ମଘାତୀ ଆତଙ୍କବାଦୀ ବେଶରେ ସଜ୍ଜିତ କରାଇଛନ୍ତି । ସେ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି । ସେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଭାରତକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ ଟ୍ୱିଟରରେ ଖୋଲାଖୋଲି ହତ୍ୟା ଧମକ ଦେଉଥିଲାବେଳେ ତାଙ୍କ ଆକାଉଣ୍ଟ କାହିଁକି ବ୍ଲକ୍ କରାଯାଉନାହିଁ ବୋଲି ଅନେକ ଭାରତୀୟ ନାଗରିକ ପ୍ରଶ୍ନ କରିଛନ୍ତି । ସେମାନେ ଟ୍ୱିଟର ଦ୍ୱାରା ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ।
ଅବଶ୍ୟ ଗତ ଥରର ହରକତ୍ ପାଇଁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସେଠାକାର ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲା । ସେ ନିଜର ହରକତ ମାଧ୍ୟମରେ ବନଜନ୍ତୁ ସଂରକ୍ଷଣ ଆଇନର ଉଲ୍ଲଂଘନ କରିଥିବାର ବିଭାଗ ଅଭିଯୋଗ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons