ମୋଦିଙ୍କ ଟିମରେ ଶପଥ ନେଲେ ୪୩ ମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆଜି ସମ୍ପ୍ରସାରଣ ତଥା ଅଦଳବଦଳ କରାଯାଇଛି । ଏଥିରେ ୩୬ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା ବେଳେ ୭ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ୨୦୨୯ ମେ’ରେ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏହା ତାଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ । ଭାରତ ଇତିହାସରେ ଏହାକୁ ସବୁଠୁ ବଡ଼ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବୋଲି କୁହାଯାଉଛି ।
ରାଷ୍ଟ୍ରପତି ଭବନରେ ଆଜି ସନ୍ଧ୍ୟାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ କ୍ୟାବିନେଟ ପାହ୍ୟା ଏବଂ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୧୫ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବରୁ ମୋଦିଙ୍କ ଟିମ୍ରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ୭ ମନ୍ତ୍ରୀ । ସେମାନେ ହେଲେ କିରେନ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟ, ଅନୁରାଗ ଠାକୁର, ପୁରୁଷୋତ୍ତମ ରୁପାଲା ଓ ଜି. କିଷନ ରେଡ୍ଡୀ । ଏମାନଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ପଦୋନ୍ନତି ଦେଇଛନ୍ତି । ଶପଥ ନେଇଥିବା ଅନ୍ୟ ୮ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆରସିପି ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ ଓ ଭୂପେନ୍ଦ୍ର ଯାଦବ ।
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆଜି ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମୋଦି ନୂଆ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ଡକାଇଛନ୍ତି । ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଓ ୭ଟାରେ ମନ୍ତ୍ରିପରିଷଦ ବୈଠକ ବସିବ । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନ୍ତ୍ରିମଣ୍ଡଳର ନୂଆ ସଦସ୍ୟମାନଙ୍କୁ ସ୍ୱାଗତ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଯେ ମନ୍ତ୍ରୀତ୍ୱ କାଳରେ ସେମାନେ ନିଜର ଶ୍ରେÂତ୍ୱ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଏବଂ ଏକ ସମୃଦ୍ଧ ଭାରତ ଗଠନ ଲାଗି ଆମକୁ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ ମଧ୍ୟ ଟୁଇଟ୍ କରି ନୂଆ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ତେବେ ସମ୍ପ୍ରସାରଣ ପରେ ମୋଦିଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ସେଥିରେ ୮ ରାଜ୍ୟର ୧୨ ଜଣ ଦଳିତ ଓ ୧୨ ଜଣ ଆଦିବାସୀ ମନ୍ତ୍ରୀ ଅଛନ୍ତି । ସେହିଭଳି ୧୫ ରାଜ୍ୟରୁ ୨୭ ଓବିସି ମନ୍ତ୍ରୀ ସ୍ଥାନ ପାଇଛନ୍ତି । ୧୧ ଜଣ ମହିଳା ଅଛନ୍ତି । ୫ ରାଜ୍ୟରୁ ୫ ଜଣ ସଂଖ୍ୟାଲଘୁ ମନ୍ତ୍ରୀ ମଧ୍ୟ ମୋଦିଙ୍କ ଟିମ୍ରେ ସାମିଲ ଅଛନ୍ତି । ସମ୍ପ୍ରସାରଣ ପୂର୍ବରୁ ମୋଦିଙ୍କ କ୍ୟାବିନେଟର ବୟସ ହାରାହାରି ୬୧ ବର୍ଷ ଥିଲା । କିନ୍ତୁ ବର୍ତ୍ତମାନ ତାହା ୫୮କୁ ହ୍ରାସ ପାଇଛି । ୧୪ ମନ୍ତ୍ରୀଙ୍କ ବୟସ ୫୦ ବର୍ଷରୁ କମ୍ ଏବଂ ସେମାନଙ୍କ ମଧ୍ୟରେ ୬ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ୪୬ ଜଣ ଏଭଳି ମନ୍ତ୍ରୀ ଅଛନ୍ତି ଯେଉଁମାନେ କି ପୂର୍ବରୁ ମନ୍ତ୍ରୀପଦ ସମ୍ଭାଳିଛନ୍ତି । ୨୩ ଜଣ ମନ୍ତ୍ରୀ ଅତିକମ୍ରେ ୩ ଥର ସଂସଦକୁ ନିର୍ବାଚିତ ହୋଇ ଅତିକମ୍ରେ ୧୦ ବର୍ଷ ପର୍ଯ୍ୟନ୍ତ ସଂସଦୀୟ କାର୍ଯ୍ୟରେ ସାମିଲ ଅଛନ୍ତି । ପେସାଗତ ଦୃଷ୍ଟିକୋଣରୁ ଦେଖିଲେ ମୋଦିଙ୍କ ଟିମ୍ରେ ୬୮ ମନ୍ତ୍ରୀ ସ୍ନାତକ ହୋଇଥିବା ବେଳେ ୧୩ ମନ୍ତ୍ରୀ ଓକିଲ, ୭ ପୂର୍ବତନ ବୁ୍ୟରୋକ୍ରାଟ, ୭ ଡକ୍ଟରେଟ, ୬ ଡାକ୍ତର, ୫ ଇଞ୍ଜିନିୟର ଓ ୩ ଜଣଙ୍କ ପାଖରେ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ରହିଛି ।
ଶ୍ରୀ ନାରାୟଣ ଟାଟୁ ରାଣେ
ଶ୍ରୀ ସର୍ବାନନ୍ଦ ସୋନୋୱାଲ
ଡ.ବୀରେନ୍ଦ୍ର କୁମାର
ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ
ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ
ଶ୍ରୀ ଅଶ୍ୱିନୀ ବୈଷ୍ଣବ
ଶ୍ରୀ ପଶୁପତି କୁମାର ପାରସ
ଶ୍ରୀ କିରେନ ରିଜ୍ଜିଜୁ
ଶ୍ରୀ ରାଜ କୁମାର ସିଂହ
ଶ୍ରୀ ହରଦୀପ ସିଂହ ପୁରୀ
ଶ୍ରୀ ମନସୁଖ ମାଣ୍ଡଭିୟ
ଶ୍ରୀ ଭୂପେନ୍ଦ୍ର ଯାଦବ
ଶ୍ରୀ ପୁରୁଷୋତ୍ତମ ରୂପାଲା
ଶ୍ରୀ ଜି କି୍ରଷ୍ଣା ରେଡ୍ଡି
ଶ୍ରୀ ଅନୁରାଗ ସିଂ ଠାକୁର
ଶ୍ରୀ ପଙ୍କଜ ଚୌଧୁରୀ
ଶ୍ରୀମତୀ ଅନୁପି୍ରୟା ସିଂହ ପଟେଲ
ଡ. ସତ୍ୟପାଲ ସିଂହ ବାଘେଲ
ଶ୍ରୀ ରାଜୀବ ଚନ୍ଦ୍ରଶେଖର
ସୁଶ୍ରୀ ଶୋଭା କାରଣ୍ଡଲଜେ
ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା
ଶ୍ରୀମତୀ ଦର୍ଶନା ବିକ୍ରମ ଜାର୍ଡୋଶ
ଶ୍ରୀମତୀ ମିନାକ୍ଷୀ ଲେଖୀ
ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
ଶ୍ରୀ ଏ. ନାରାୟଣସ୍ୱାମୀ
ଶ୍ରୀ କୌଶଲ କିଶୋର
ଶ୍ରୀ ଅଜୟ ଭଟ୍ଟ
ଶ୍ରୀ ବି.ଏଲ ବର୍ମା
ଶ୍ରୀ ଅଜୟ କୁମାର
ଶ୍ରୀ ଚୌହ୍ୱାନ ଦେବସିହ୍ନା
ଶ୍ରୀ ଭଗୱନ୍ତ ଖୋବା
ଶ୍ରୀ କପିଲ ମୋରେଶ୍ୱର ପାଟିଲ
ସୁଶ୍ରୀ ପ୍ରତିମା ଭୌମିକ
ଡ. ସୁବାଷ ସରକାର
ଡ. ଭାଗୱତ କିଷନରାଓ କରାଡ
ଡ. ରାଜକୁମାର ରଞ୍ଜନ ସିଂହ
ଡ. ଭାରତୀ ପ୍ରବୀନ ପାୱାର
ଶ୍ରୀ ବିଶେଶ୍ୱର ଟୁଡୁ
ଶ୍ରୀ ଶାନ୍ତନୁ ଠାକୁର
ଡ. ମଞ୍ଜାପାରା ମହେନ୍ଦରଭାଇ
ଶ୍ରୀ ଜନ୍ ବ୍ରାଲା
ଡ. ଏଲ. ମୁର୍ଗାନ
ଶ୍ରୀ ନିତୀଶ ପରମାଣିକ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons