ମୋଦିଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ:ଦେଶରେ ଆସିଛି ବଡ଼ ପରିବର୍ତ୍ତନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରର ଦ୍ୱିତୀୟ ପାଳିକୁ ୧୦୦ ଦିନ ପୁରିଛି । ଏହି ୧୦୦ ଦିନରେ ଦେଶରେ ବିକାଶ, ବିଶ୍ୱାସ ଓ ବ୍ୟାପକ ପରିବର୍ତ୍ତନ ଆସିଛି । ସରକାର ୧୦୦ ଦିନ ଭିତରେ ଯେଉଁ ବଡ ପଦକ୍ଷେପ ନେଇଛନ୍ତି ତାହା ପଛରେ ୧୩୦ କୋଟି ଜନତାଙ୍କ ପ୍ରେରଣା ରହିଛି ବୋଲି ମୋଦି କହିଛନ୍ତି ।
ହରିୟାନାର ରୋହତକ ଠାରେ ଆଜି ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ସୁଫଳ ଆଗାମୀ ଦିନରେ ଦେଶବାସୀଙ୍କୁ ମିଳିବ । ଜମ୍ମୁ-କାଶ୍ମୀର ଓ ଲଦାଖ ପ୍ରସଙ୍ଗ ହେଉ କିମ୍ବା ଜଳ ସଙ୍କଟ, ଦେଶର ୧୩୦ କୋଟି ଜନତା ଏହି ସମସ୍ୟାର ସମାଧାନ ପାଇଁ ନୂଆ ବାଟ ବାହାର କରିଛନ୍ତି । ନିକଟରେ ଶେଷ ହୋଇଥିବା ସଂସଦର ଅଧିବେଶନରେ ବହୁ କାର୍ଯ୍ୟ ହେବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ ହୋଇଛି । ଯାହାକି ୬୦ ବର୍ଷ ଭିତରେ କେବେ ଘଟିନଥିଲା । ତିନ୍ ତଲାକକୁ ଅପରାଧ ଭାବେ ବିବେଚନା କରିବା, ଆରଟିଆଇ ଆଇନରେ ସଂଶୋଧନ ଆଣିବା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ମୋଟର ଯାନ ଆଇନରେ ସଂଶୋଧନ ଅଣାଯାଇଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-କ ଉଠାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ତାଙ୍କ ସରକାର ଆଣିଛନ୍ତି । ଏଥିରେ ବିରୋଧୀ ଦଳମାନେ ସମର୍ଥନ ଦେଇଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିଭଳି କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ଚାଷୀମାନଙ୍କୁ ପେନସନ ପ୍ରଦାନ ପର୍ଯ୍ୟନ୍ତ ତାଙ୍କ ସରକାର ନେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ବିଷୟରେ ମୋଦି ଉଲ୍ଲେଖ କରିଥିଲେ । ଏଥିସହିତ ସେ ଆଗାମୀ ଦିନରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ପାଇଁ ପେନସନ ଯୋଜନା ଘୋଷଣା କରିବେ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ୧୦୦ ଦିନର ସଫଳତା ବିଷୟରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ପ୍ରେସମିଟ୍ କରି ସୂଚନା ଦେବେ । ଯେଭଳି ମୋଦିଙ୍କ ପ୍ରଥମ ପାଳିରେ ହୋଇଥିଲା । ସେହିଭଳି ୧୭ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ, ସିମଲା, ଚଣ୍ଡିଗଡ, ରାଞ୍ଚô, ମୁମ୍ବାଇ ଆଦି ବିଭିନ୍ନ ସହରରେ ପ୍ରେସମିଟ୍ କରି ସେମାନଙ୍କ ରିପୋର୍ଟ କାର୍ଡ ଦେଶବାସୀଙ୍କ ସମ୍ମୁଖରେ ରଖିବେ ।
ଅନ୍ୟପକ୍ଷରେ ସରକାରଙ୍କ ୧୦୦ ଦିନର ସଫଳତାକୁ କଂଗ୍ରେସ ବିନାଶର ଦିନ ବୋଲି ବର୍ଣ୍ଣନା କରିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି ଯେ ୧୦୦ ଦିନ ପୁରଣ କରିଥିବାରୁ ମୋଦି ସରକାରଙ୍କୁ ଅଭିନନ୍ଦନ । କୌଣସି ବିକାଶ ହୋଇନାହିଁ । ବରଂ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଗଣତନ୍ତ୍ରକୁ ବିନାଶ ଆଡକୁ ଟାଣିନେଇଛି । ଦେଶର ଅର୍ଥନୀନିକୁ ବରବାଦ କରାଯାଇଛି । ସେହିଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଦେଶର ଅର୍ଥନୀତି ସଙ୍କଟରେ ପଡିଥିଲା ବେଳେ ସରକାର ୧୦୦ ଦିନର ଉତ୍ସବ ମନାଉଛନ୍ତି । କମ୍ପାନିମାନେ ଘୋର ସମସ୍ୟାରେ ପଡିଛନ୍ତି । ବ୍ୟବସାୟୀମାନଙ୍କର ବିପୁଳ କ୍ଷତି ହୋଇଛି । ଦେଶର ଅବସ୍ଥା ଆଦୌ ଭଲ ନାହିଁ । ତେବେ କଂଗ୍ରେସର ଏଭଳି ଅଭିଯୋଗ ଉପରେ ଦୃଢ଼ ଜବାବ ରଖିଛି ବିଜେପି । ଦଳର ବରିÂ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା କଥା କୁହାଯାଉଛି ତାହା କ୍ଷୟସ୍ଥାୟୀ । ହେଲେ ୧୦୦ ଦିନ ଭିତରେ ଯେଉଁ ଦଳ ୯୦ ଦିନ ହେଲା ହଜିଯାଇଥିଲା ସେହି ଦଳ ଏବେ ସରକାରଙ୍କ ବିରୋଧରେ କହିବାର ଅଧିକାର ନାହିଁ । ୧୦୦ ଦିନ ଭିତରେ ଯେଉଁ ବିକାଶ ହୋଇଛି ପୂର୍ବରୁ ସେମାନେ କେବେ ଦେଖି ନଥିଲେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons