ଭୁବନେଶ୍ୱର, (ବି.ବି.ବୁ୍ୟରୋ): ମୋଦି ସରକାର ଦେଶବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଦୂରପ୍ରସାରୀ ନୀତି ଓ ନିଷ୍ପତ୍ତିରୁ ଭାରତ ଏବେ ୫ ଟ୍ରିଲିୟନ ଅର୍ଥନୀତି ଆଡକୁ ମୁହାଁଇଛି । ସମଗ୍ର ବିଶ୍ୱ ଏବେ ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଘାଇଲା ହୋଇଥିଲା ବେଳେ ଭାରତର ଆର୍ଥିକ ସ୍ଥିତିକୁ ସୁଦୃଢ଼ ରଖିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଟିକସ ରିହାତି ଘୋଷଣା କରିଛନ୍ତି । ବ୍ୟାଙ୍କର ସମ୍ମିଶ୍ରଣ କରାଯାଇଛି । ବ୍ୟାଙ୍କ ଓ ରପ୍ତାନୀକାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ୟାକେଜ୍ ଘୋଷଣା କରାଯାଇଛି । ଜିଏସଟିରେ ବହୁ ସାମଗ୍ରୀ ଉପରେ ଟିକସ ପରିମାଣ ହ୍ରାସ କରାଯାଇଛି । ମୋଦି ସରକାରଙ୍କ ଏ ନିଷ୍ପତ୍ତି ଯୋଗୁଁ ବିଦେଶୀ ନିବେଶ ସହ ଘରୋଇ ନିବେଶ ବଢ଼ିବ । ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବ । ଆମ ଦେଶର ଅର୍ଥନୀତି ଉପରମୁହାଁ ହେବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ କରିବା ପାଇଁ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଗତ କିଛି ଦିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ପ୍ରଭାବ ସବୁ ସ୍ତରରେ ଅନୁଭୁତ ହେବ । ଷ୍ଟକ ମାର୍କେଟ୍ ଏହାର ସୂଚନା ଦେଇସାରିଛି । ଟିକସ ରିହାତି ପରେ ଏସିଆ ମହାଦେଶରେ କମ୍ପାନୀ ମାନଙ୍କ ଉପରେ ସବୁଠୁ କମ୍ ଟିକସ ଲାଗୁ କରୁଥିବା ଦେଶ ଭାବରେ ଭାରତ ଆଗକୁ ଆସିଛି । ଏବେ ଭାରତର କର୍ପୋରେଟ ଟ୍ୟାr ସିଙ୍ଗାପୁର ସହ ସମାନ ହୋଇଛି ।
ଶ୍ରୀ ପ୍ରଧାନ କହିଲେ, ଅକ୍ଟୋବର, ୨୦୧୯ ପରେ ପଂଜୀକୃତ କମ୍ପାନି ଯାହା ବିନିର୍ମାଣ (ମାନୁଫାକ୍ଚରିଂ) କ୍ଷେତ୍ରରେ କାର୍ଯରତ, ସେମାନଙ୍କ ଆୟ କରକୁ ୧୫ ଧରେ ସୀମିତ ରଖାଯାଇଛି । ଏହି ନୂଆ କମ୍ପାନିଗୁଡିକୁ କୌଣସି ସର୍ବନିମ୍ନ ବିକଳ୍ପ ଟିକସ (ଏମଏଟି) ମଧ୍ୟ ଦେବାକୁ ପଡିବ ନାହିଁ । ପୁରୁଣା କମ୍ପାନି ଦେଉଥିବା ସର୍ବନିମ୍ନ ବିକଳ୍ପ ଟିକସ କମିଛି । ଏହା ବିନିର୍ମାଣ କ୍ଷେତ୍ରରେ ନୂଆ ପୁଂଜି ନିବେଶକୁ ପ୍ରୋତ୍ସାହିତ କରିବା ସହ ମୋଦି ସରକାରଙ୍କ ମେକ ଇନ ଇଣ୍ଡିଆ ପଦକ୍ଷେପକୁ ତ୍ୱରାନ୍ୱିତ କରିବ ।
ଧର୍ମେନ୍ଦ୍ର କହିଲେ, ଏଣିକି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ସେମାନଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟର ସୀମା ବଢାଇଛନ୍ତି । ଷ୍ଟାର୍ଟଅପ୍ ଓ ଇନକୁ୍ୟବେଟର ତଥା ଗବେଷଣା ଓ ବିକାଶ କାମରେ ଦୁଇ ପ୍ରତିଶତ ଅର୍ଥ ବ୍ୟୟ କରି ପାରିବେ । ଗୃହ ନିର୍ମାଣ କ୍ଷେତ୍ରରେ ୨୦ ହଜାର କୋଟିର ଋଣ ଉପଲବ୍ଧ ହେବ । ଦେଶର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏକୀକୃତ କରି ୪ଟି ବ୍ୟାଙ୍କ କରାଯାଇଛି । ସରକାର ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିଙ୍କୁ ୭୦ ହଜାର କୋଟି ଟଙ୍କାର ପୁଂଜି ପ୍ରଦାନ ନିମନ୍ତେ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ଛୋଟ ବ୍ୟବସାୟୀଙ୍କ ଠାରୁ କର୍ପୋରେଟ କମ୍ପାନି ପର୍ଯ୍ୟନ୍ତ ବ୍ୟାଙ୍କରୁ କମ ସୁଧରେ ଅଧିକ ଋଣ ସୁବିଧା ପାଇପାରିବେ । ଏହାର ଫାଇଦା ଦେଶର ଗରିବ ଓ ସାଧାରଣ ଲୋକମାନଙ୍କ ପାଖରେ ସିଧା ପହଞ୍ଚିବ । ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପଦ୍ୟୋଗୀ ମାନଙ୍କୁ ଏହା ବେଶ ଲାଭ ଦେବ ।
କେନ୍ଦ୍ରମନ୍ତ୍ରୀ କହିଲେ, ହୋଟେଲ ରୁମ୍ ବୁକ୍ିଂରେ ଜିଏସଟି ପରିମାଣ ବହୁତ ହ୍ରାସ ହୋଇଛି । ଏହା ଓଡ଼ିଶା ଭଳି ପର୍ଯ୍ୟଟନଭିତ୍ତିକ ରାଜ୍ୟକୁ ଲାଭ ଦେବ । ବିଶେଷକରି ‘ଫୋନି’ ପରେ ଉଜୁଡ଼ି ଯାଇଥିବା ପୁରୀ ହୋଟେଲ ଶିଳ୍ପକୁ ଏ ନିଷ୍ପତ୍ତି ଫାଇଦା ଆଣିବ । କୃଷି ଉତ୍ପାଦ ଯଥା ଡାଲି, ଚାଉଳ, ଚା, କଫି, ପନିପରିବା ଆଦିକୁ ପଣ୍ୟାଗାରରେ ସଂରକ୍ଷଣକୁ ଜିଏସଟି ପର୍ଯ୍ୟାୟକ୍ରମେ ହ୍ରାସ କରା ଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ବିଦୁ୍ୟତ ଚାଳିତ ବାହନ କ୍ରୟରେ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରା ଯାଇଥିବା ବେଳେ ଇଲେକ୍ଟ୍ରିକ ଯାନ ଚାର୍ଜର ଏବଂ ଚାର୍ଜିଂ ପଏଣ୍ଟ ଉପରେ ଟିକସ ମଧ୍ୟ ୧୮% ରୁ ୫%କୁ ଖସିଛି । ମୋଦି ସରକାର ୧.୫ କୋଟି ଟଙ୍କାରୁ କମ୍ ବେପାର କରୁଥିବା ଖୁଚୁରା ବେପାରୀ ମାନଙ୍କୁ ସ୍ୱେଚ୍ଛାକୃତ ପେନସନ ଯୋଜନାରେ ସାମିଲ କରାଯିବା ସାମାଜିକ ସୁରକ୍ଷା କ୍ଷେତ୍ରରେ ଏକ ବଡ ପଦକ୍ଷେପ । ଆଗାମୀ ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଂଜି ଭିତିଭୂମି ବିକାଶରେ ବିନିଯୋଗ ହେବ । ଏହା ତୃଣମୂଳ ସ୍ତରରେ ଅର୍ଥନୀତିକୁ ମଜବୁତ କରିବ । ଏ ସବୁ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ପଥକୁ ସୁଗମ କରିବ ।
ଶ୍ରୀ ପ୍ରଧାନ କହିଲେ, ଆମେରିକା, ଚାଇନା ବ୍ୟବସାୟିକ ଲଢେଇ ୟୁଏଇ ଭଳି ବଡ ତୈଳ ପ୍ରତିÂାନ ଉପରେ ଆକ୍ରମଣ ଓ ଉତ୍ପାଦନ କମ୍ କରିବା ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆଣିଛି । ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ୱେ ମୋଦିଙ୍କ ଅର୍ଥନୀତିର ସୁପ୍ରବନ୍ଧନ ଯୋଗୁଁ ଭାରତର ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି । ଦେଶରେ ସାଧାରଣ ଗରିବ ଲୋକଙ୍କ ଦୈନନ୍ଦିନ ଆବଶ୍ୟକୀୟ ଦ୍ରବ୍ୟ ଡାଲି, ଚାଉଳ, ତେଲ ମୂଲ୍ୟ ସ୍ଥିର ରଖିବାରେ ମୋଦି ସଫଳ ହୋଇଛନ୍ତିି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ
Comments are closed, but trackbacks and pingbacks are open.