ମୋଦି ୨.୦ ସରକାରଙ୍କ ଦ୍ୱିତୀୟ ବ୍ୟୟ ଚିଠା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆୟକର ହାର କମିଲା । ସ୍ଲାବ୍ ବି ବଦଳିଛି । ୫ ଲକ୍ଷ ଯାଏ ଆୟ ପାଇଁ ଦେବାକୁ ପଡ଼ିବନି ଆୟକର । ୫ ଲକ୍ଷରୁ ସାଢେ଼ ୭ ଲକ୍ଷ ଟଙ୍କାର ଆୟ ଉପରେ ପୂର୍ବରୁ ୨୦% ତୁଳନାରେ ଏବେ ୧୦ଧ ଟିକସ ଲାଗିବ । ଦଶ ଲକ୍ଷ ନୁହେଁ, ଆୟ ୧୫ ଲକ୍ଷ ଡେଇଁଲେ ଏବେ ସର୍ବାଧିକ ହାର ୩୦% କର ଦେବାକୁ ପଡ଼ିବ ।
କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ପାଇଁ ନୂଆ ଦିଗନ୍ତର ପରିକଳ୍ପନା କରାଯାଇଛି । ୧୬ଟି ଆକ୍ସନ୍ ପ୍ଲାନ୍ରେ ୨ ଲକ୍ଷ ୮୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଚାଷୀଙ୍କ ଦ୍ୱାରା ଉପôାଦିତ ସାମଗ୍ରୀକୁ ବଜାର ଲିଙ୍କେଜ ପାଇଁ ଗଡ଼ିବ କିଷାନ ରେଳ ଓ ଉଡ଼ିବ କିଷାନ ଉଡାନ୍ । ଗ୍ରାମୀଣ ଅର୍ଥନୀତି ସୁଧରିବ । ଚାଷୀ ଆୟ ବଢ଼ିବ ।
ସଡ଼କ, ରେଳବାଇ ଓ ଅନ୍ୟ ଭିତ୍ତିଭୂମି ବିକାଶରେ କ୍ଷେତ୍ରରେ ବି ବିପୁଳ ପୁଞ୍ଜି ନିବେଶ ହେବ- ୧ ଲକ୍ଷ ୭୦ ହଜାର କୋଟିରୁ ଅଧିକ । ସ୍ୱାସ୍ଥ୍ୟସେବା ଲାଗି ୬୯ ହଜାର କୋଟି, ପାନୀୟ ଜଳ ପାଇଁ ୩ ଲକ୍ଷ ୬୦ ହଜାର କୋଟି …… ।
ମାନ୍ଦାବସ୍ଥାରୁ ଅର୍ଥନୀତିକୁ ଟାଣି ବାହାର କରି ଦ୍ରୁତ ଅଭିବୃଦ୍ଧି ଅଭିମୁଖୀ କରାଇବା ଲାଗି ଏମିତି ଅନେକ ସାହାସିକ ପଦକ୍ଷେପ ନେଇଛନ୍ତି ସରକାର । ୫ରୁ ୬.୫ ପ୍ରତିଶତକୁ ଲମ୍ଫ ମାରିବ ମୋଟ ଘରୋଇ ଉପôାଦ ଆସନ୍ତା ଆର୍ଥିକ ବର୍ଷ ।
ମୋଦି ସରକାରଙ୍କ ସପ୍ତମ ବଜେଟ୍ (୨୦୨୦-୨୧) ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ଆଶା ଦେଖାଇଛନ୍ତି । ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକୁଳାଇବା ଲାଗି ଲୋକଙ୍କ ହାତକୁ ଅଧିକ ଅର୍ଥ ଦେଇ ଚାହିଦା ବୃଦ୍ଧି କରିବା ଦିଗରେ ଯୋଜନାର ପସରା ମେଲାଇ ଦେଇଛନ୍ତି ।
ସମ୍ବଳ ଅଭାବ ସତ୍ତେ୍ୱ ଅର୍ଥନୀତିକୁ ଗତିଶୀଳ କରିବା ଉଦେ୍ଧଶ୍ୟରେ ଭଣ୍ଡାର ଖୋଲି ଦେଇଛନ୍ତି । ମୋଟ ୩୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତୁତ କରାଯାଇଛି । ଖଚ୍ଚ ର୍ଭରଣା କରିବାକୁ ସରକାର ୭ ଲକ୍ଷ କୋଟିରୁ ଅଧିକ ଋଣ ଉଠାଇବେ ।
ମାନ୍ଦାବସ୍ଥା ଯୋଗୁଁ ଏ ବର୍ଷ (୨୦୧୯-୨୦) ଆୟ ସଂକୁଚିତ ହୋଇ ଯାଇଛି । ସରକାର ଆକଳନ କରିଥିଲେ, ମୋଟ ଟିକସ ରାଜସ୍ୱ ୨୪ ଲକ୍ଷ ୬୧ ହଜାର କୋଟି ହେବ ବୋଲି ହିସାବ କରାଯାଇଥିଲା । ହେଲେ ୩ ଲକ୍ଷ କୋଟି କମିଯାଇଛି ଆୟ । ଏଥିପାଇଁ ବିତ୍ତୀୟ ନିଅଣ୍ଟ ସବୁ ସୀମା ଲଂଘି ୩.୮%(ମୋଟ ଘରୋଇ ଉପôାଦର) ଛୁଇଁଛି । ଆସନ୍ତା ବର୍ଷ ଏହା ୩.୫ ପ୍ରତିଶତ ଭିତରେ ରହିବ ବୋଲି ଅର୍ଥମନ୍ତ୍ରୀ ଆଶା କରିଛନ୍ତି ।
ଏବର୍ଷ ଟିକସ ଆୟରେ ସୁଧାର ଆସିବ ଏବଂ ୨୪ ଲକ୍ଷ ୨୩ ହଜାର କୋଟି ହେବ ବୋଲି ଆକଳନ କରିଛନ୍ତି ସରକାର । ସରକାର ଜୀବନ ବୀମା ନିଗମର କିଛି ଅଂଶ ବିକି୍ର କରିବେ ।
ବଜେଟ୍ର ୩ଟି ପ୍ରମୁଖ ଦିଗ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ କହିଛନ୍ତି, ଆକାଂକ୍ଷୀ ଭାରତ ଯୋଜନାରେ ସମସ୍ତଙ୍କ ପାଇଁ ଉନ୍ନତ ଜୀବନ ଓ ସ୍ୱାସ୍ଥ୍ୟସେବା ସହ ଶିକ୍ଷା ଓ ନିଯୁକ୍ତିର
ସୁଯୋଗ ସୃଷ୍ଟି କରାଯିବ । ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସରେ ସମସ୍ତଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦିଆଯିବ । ଦୁର୍ନୀତିମୁକ୍ତ ଓ ସୁପ୍ରଶାସନରେ ଅର୍ଥନୀତିକୁ ଶିଖରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ ।
ଆକାଂକ୍ଷୀ ଭାରତ ଯୋଜନାରେ କୃଷି, ଜଳସେଚନ ବିକାଶ ଓ ଗ୍ରାମ ଉନ୍ନୟନକୁ ପ୍ରାଥମିକତା ଦିଆଯିବ । ସେହିଭଳି ପାନୀୟଜଳ, ପରିମଳ ଓ ଉତ୍ତମ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରାଯିବା ସହ ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଅଧିକ ଗୁରୁତ୍ୱ ଦେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons