ମୋବାଇଲ୍ ପାଇଁ ଜୀବନ ଗଲା

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ମୋବାଇଲ୍ ଫୋନ୍ଟିଏ ପାଇଁ ଚାଲିଗଲା ଜଣେ ନାବାଳିକାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଣପୁର ଥାନା ଚିନ୍ତଲୁଗୁଡା ଗାଁରେ । ମୃତା ନାବାଳିକାଙ୍କ ନାଁ ମାତାମଣି ନାୟକ(୧୭) । ନୂଆ ମୋବାଇଲ୍ଟିଏ ପାଇଁ ପରିବାର ପାଖରେ ବହୁବାର ଅଳି କରିଥିଲେ । କିନ୍ତୁ ଅଭାବ ଅନଟନରେ ବୁଡ଼ି ରହିଥିବା ପରିବାର ଲୋକେ କିଣିବାକୁ ଅସମର୍ଥ ହୋଇଥିଲେ । ଏଥିରେ ରାଗିଯାଇ ମାତାମଣି ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପୁଲିସ ସୂଚନା ଅନୁଯାୟୀ, ମାତାମଣିଙ୍କ ପ୍ରକୃତ ଘର କାଶୀପୁର ବ୍ଲକରେ । ପେଟପାଟଣା ପାଇଁ ପରିବାର ସହ ଚାଲିଆସିଥିଲେ ଗୁଣପୁର ବ୍ଲକର ଚିନ୍ତଲୁଗୁଡା ଅଂଚଳକୁ । ଏଠାରେ ଏକ ପଥର ଖାଦାନରେ କାମ କରୁଥିଲେ । ସବୁବେଳେ ବାପା, ମାଆଙ୍କୁ ନୂଆ ମୋବାଇଲଟିଏ କିଣିଦେବାକୁ ଦାବି କରି ଆସୁଥିଲେ । କିନ୍ତୁ ପଥର ଫଟେଇ ଖାଦ୍ୟ ଯୋଗାଡ଼ କରୁଥିବା ପରିବାର ଲୋକେ କିଣିବାକୁ ସକ୍ଷମ ହୋଇନଥିଲେ । ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ । ବାରମ୍ବାର ଝିଅକୁ ବୁଝାଉଥିଲେ ବି ସେ ଅବୁଝା ରହୁଥିଲେ । ସୋମବାର ଗାଁ ନିକଟ ଏକ ଗଛରେ ରଶି ଲଗାଇ ଦେଇଥିଲେ ମାତାମଣି । ତାଙ୍କ ମୃତଦେହ ଝୁଲୁଥିବା ଜଣାପଡ଼ିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାରେ ଲୋକେ । ଗୁଣପୁର ଥାନାରେ ଜଣାଇଛନ୍ତି । ପୁଲିସ ଶବ ଉଦ୍ଧାର କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons