ମୋବାଇଲ୍ ଫୋନ୍ ପାଇଁ ସାବଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋବାଇଲ୍ ବ୍ୟବହାରକାରୀ ସାବଧାନ । ମୋବାଇଲ୍ରୁ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ରହିଛି । ତେଣୁ ମୋବାଇଲ୍ ବ୍ୟବହାରକାରୀ ଅତି କମ୍ରେ ୪ରୁ ୬ ଥର ମୋବାଇଲ୍କୁ ସାନିଟାଇଜରରେ ସଫା କରନ୍ତୁ । ନଚେତ୍ ସାବୁନ୍ ପାଣିରେ ହାଲୁକା କରି ପୋଛନ୍ତୁ । ବାପା, ମାଆ ଓ ପରିବାର ଲୋକଙ୍କୁ ଆମେ ଯେତେଥର ଛୁଉଁନୁ ତାଠୁ ବେଶିଥର ଆମେ ମୋବାଇଲ୍କୁ ଛୁଉଁଛୁ । ଦିନକୁ ଜଣେ ହାରାହାରି ୨୬ ଶହ ଥର ଛୁଇଁଥାଏ । ୭୬ ଥର ବ୍ୟବହାର ମଧ୍ୟ କରିଥାଏ । ଏମିତିକି ମୋବାଇଲ୍ କାହା ଟେବୁଲ୍ରେ ମଧ୍ୟ ରଖିବା ଉଚିତ ନୁହେଁ । ସବୁବେଳେ ନିଜ ବ୍ୟାଗ୍ରେ ଏହାକୁ ରଖିବା ସହ ଅନ୍ୟ କାହା ହାତକୁ ଦେବା ଉଚିତ ନୁହେଁ । ତେଣୁ ଏ ଦିଗରେ ଆଗକୁ ଆମକୁ ଅଧିକ ସତର୍କ ରହିବାକୁ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons