ମୟୁରଭଞ୍ଜ, (ବି.ବି.ନୁ୍ୟଜ୍):ହିତାଧିକାରୀମାନେ।ସରକାରୀ ଜନହିତକାରୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ,ଭତ୍ତା ଏବଂ ଖାଦ୍ୟ ସୁରକ୍ଷା ଆଇନ ସୁବିଧା ଉପଭୋଗରୁ ବଞ୍ଚିତ ହୋଇ ଶେଷରେ ନ୍ୟାୟ ପାଇବା ପାଇଁ ଚରମ ପଦକ୍ଷେପ ଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ ସହ ଅଚଳ କଲେ ବ୍ଲକ କାର୍ୟ୍ୟାଳୟ। ବିଭିନ୍ନ ସମୟରେ ବ୍ଲକ ପକ୍ଷରୁ ନିୟୋଜିତ କର୍ମଚାରୀ ମାନଙ୍କ ଅସାଧୁ ମନୋଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନଙ୍କ ଅଧିକାରକୁ ବିକ୍ରି କରି ଯୋଗ୍ୟଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତର ଶତାଧିକ ହିତାଧୁକାରୀ ଏବେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବାରମ୍ବାର ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଳକ ପର୍ୟ୍ୟନ୍ତ ଘରେ ଖଣ୍ଡ ପାଇଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଜି(ବୁଧବାର) ପଞ୍ଚାୟତବାସୀ ବ୍ଳକ ଅଫିସ ଘେରାଉ କରିଛନ୍ତି । ଭାଲିଆଡ଼ିହା ଗ୍ରାମପଞ୍ଚାୟତର ଶତାଧୁକ ହିତାଧୁକାରୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ ଘେରାଉ କରିଥିଲେ । ତେବେ ଖାଲି ଘର ନୁହେଁ, ଭତ୍ତା, ଚାଉଳ ବି ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ହିତାଧୁକାରୀମାନେ ।
ମୋରଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ତହସିଲଦାର ଓ ମୋରଡ଼ା ପୋଲିସ ହିତାଧିକାରୀଙ୍କ ଆଲୋଚନା ପରେ ବ୍ଲକ ସମ୍ମୁଖରୁ ହଟିଥିଲେ
। ତେବେ ଆଗାମୀ ଦିନରେ ପ୍ରଶାସନ ପ୍ରକୃତ ହିତାଧୁକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ଦାବି କରିଛନ୍ତି
ହିତାଧୁକାରୀ ଅନ୍ୟପକ୍ଷରେ ଆଗାମୀ ଦିନରେ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ମୟୂରଭଞ୍ଜ ଶାଖା ପକ୍ଷରୁ କନଭେନର ସୁଶାନ୍ତ ମହାନ୍ତି ଓ କୋ କନଭେନର ରାକେଶ ସିଂ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା।
Comments are closed, but trackbacks and pingbacks are open.