‘ମୋ ସରକାର’କୁ ଆସିଲା ଆଉ ୫ ବିଭାଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସରକାରୀ ଅଫିସ୍କୁ ଆସୁଥିବା ପ୍ରତିଟି ଲୋକଙ୍କୁ ଉତ୍ତମ ସେବା ଦିଅ । ସେବା ପ୍ରଦାନକୁ କେବଳ ସ୍ଲୋଗାନ୍ରେ ସୀମିତ ରଖନି । ଏହାକୁ ଅଭ୍ୟାସରେ ପରିଣତ କର । ସରକାରୀ ଦପ୍ତରରେ ସବୁ ସମୟରେ ଏହାକୁ ନିଶ୍ଚିତ ପାଳନ କର । ମୋ ସରକାର’ରେ ଆଉ ୫ଟି ସରକାରୀ ବିଭାଗ ସାମିଲ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସବୁ ସରକାରୀ ବାବୁଙ୍କ ଉଦେ୍ଧଶ୍ୟରେ ଏଭଳି ତାଗିଦ୍ଭରା ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜଳସମ୍ପଦବିଭାଗ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଆଜି ‘ମୋ ସରକାର’ ଅଧୀନକୁ ଆସିଛି । ଏହାକୁ ମିଶାଇ ଆଜିସୁଦ୍ଧା ମୋଟ ୨୨ଟି ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଜୀବନ ଶକ୍ତି । ଲୋକଙ୍କ ଆଶା ଓ ଉଦ୍ଧୀପନାକୁ ପୂରା କରିବା ଦାୟିତ୍ୱ ସରକାରର । ଲୋକଙ୍କ ଆଶାକୁ ସମ୍ମାନ ଦେବାକୁ ହେବ । ଲୋକଙ୍କ ଭରସାକୁ ବଜାୟ ରଖିବାକୁ ପଡ଼ିବ । ସରକାରୀ ଅଫିସ୍କୁ ଆସୁଥିବା ଲୋକେ ସମ୍ମାନର ସହ ସେବା ପାଇଲେ ସରକାରୀ ବ୍ୟବସ୍ଥା ପ୍ରତି ତାଙ୍କ ଆସ୍ଥା ବଢ଼ିବ । ସରକାର ଲୋକାଭିମୁଖୀ ହେବ ।
ସରକାରୀ କର୍ମଚାରୀଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ କୌଣସି ବିଭାଗକୁ ଯେଉଁ ଲୋକ କୌଣସି କାମରେ ଆସୁନା କାହିଁକି, ସେ ଯେଭଳି ଉପଯୁକ୍ତ ସେବା ପାଇ ସନ୍ତୁଷ୍ଟ ହେବ, ତାକୁ ନିଶ୍ଚିତ କର । କେହି ଜଣେ ଯେମିତି ନିରାଶ ହୋଇ ଫେରିବେନି । ସରକାରୀ ଅଫିସ୍ ଆସିବା ଉଦେ୍ଧଶ୍ୟ ପୂରା ହୋଇଛି ବୋଲି ସେ ଯେଭଳି ଅନୁଭୂତି ନେଇ ଫେରିବ । ତାକୁ ଯଥୋଚିତ୍ ସମ୍ମାନ ମିଳିବ । ପୂରା ସରକାରୀ କଳ ଲୋକଙ୍କୁ ସେବା ଦେଉଛି ବୋଲି ଯେଭଳି ବିଶ୍ୱାସ ମଜବୁତ୍ ହେବ ତାକୁ ସମସ୍ତେ ଫୋକସ୍ କରନ୍ତୁ ବୋଲି ନବୀନ ନିଦେ୍ର୍ଧଶ ଦେଇଛନ୍ତି । ଲୋକେ ଯେଭଳି ସରକାରକୁ ମୋ ସରକାର ବୋଲି ବିଶ୍ୱାସକୁ ନେବେ ସେଥିପାଇଁ କାମ କରିବାକୁ ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ୫ଟି ଯାକ ବିଭାଗର ମନ୍ତ୍ରୀ ଉପସ୍ଥିତ ଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ମୋ ସରକାରରେ ନୂଆ କରି ମିଶିଥିବା ୫ଟି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ । କେନ୍ଦୁଝର, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାର ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ । ଆସନ୍ତା ଏପ୍ରିଲ ପହିଲାରୁ ବ୍ୟାଙ୍କ ମାଧ୍ୟମରେ ସମସ୍ତ ମଜୁରୀ ଓ ଦେୟ ପ୍ରଦାନ କରାଯିବ । ସୋସିଆଲ ମିଡିଆ ମାଧ୍ୟମରେ ଦିଆଯାଉଥିବା ସମସ୍ତ ସୂଚନା ଓ ନିଦେ୍ର୍ଧଶ ସରକାରୀ ନିଦେ୍ର୍ଧଶ ଭାବେ ପରିଗଣିତ ହେବ । ଏଣୁ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତେ ତ୍ୱରିତ୍ ଉତ୍ତର ରଖିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଜଳସମ୍ପଦବିଭାଗ ସରକାରଙ୍କ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନଜରରେ ଅଛି । ସ୍ୱଚ୍ଛତା ଓ ସମନ୍ୱୟ ରଖି କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଥିଲେ, ମୋ ସରକାରକୁ ଅଧୀନକୁ ଆସିବା ପରେ ବିଭାଗୀୟ ଅଧିକାରୀମାନେ କ୍ରିୟାଶୀଳ ହୋଇ କାମ କରିବେ । ଏହାଦ୍ୱାରା ବୁଣାକାର ଓ କାରିଗରମାନେ ଉପକୃତ ହେବେ । ଜଳସମ୍ପଦବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ଜଳସମ୍ପଦବିଭାଗ ଅଧୀନରେ ଥିବା ସମସ୍ତ ଅଫିସ୍ରେ ସୁବିଧା କେନ୍ଦ୍ର ଖୋଲାଯାଇଛି । ମୋ ସରକାର ଅଧୀନରେ ଲୋକଙ୍କୁ ସେବା ଯୋଗାଇବାକୁ ଆମେ ପୂରା ପ୍ରସ୍ତୁତ ବୋଲି ସେ କହିଥିଲେ ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୋ ସରକାର ଅଧୀନରେ ସେବା ପ୍ରଦାନ ଆହୁରି ତ୍ୱରିତ୍ ହେବ ବୋଲି କହିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସ୍ୱାଗତ ଭାଷଣ ଓ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ଧନ୍ୟବାଦଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons