ମୋ’ ସରକାରରେ ଆଉ ୫ ବିଭାଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋ’ ସରକାରରେ ସାମିଲ ହୋଇଛି ଆଉ ୫ ସରକାରୀ ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ବିଜ୍ଞାନ ଏବଂ କାରିଗରୀ ବିଭାଗ ଆଜିଠୁ ମୋ’ ସରକାରରେ ସାମିଲ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୭ଟି ବିଭାଗ ମୋ’ ସରକାର ଅଧୀନକୁ ଆସିଛି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଉପସ୍ଥିତିରେ ୫ଟି ଯାକ ବିଭାଗ ମୋ’ ସରକାରରେ ସାମିଲ ହୋଇଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ପଂକ୍ତିର ଅବତାରଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଲେ, ସରକାରୀ କର୍ମଚାରୀମାନେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍ । ଲୋକଙ୍କ ଆଶାକୁ ପୂରଣ କରିବା ଦିଗରେ କାମ କରିବାକୁ ହେବ, ଯାହାକି ସରକାରର ପ୍ରଥମ ଦାୟିତ୍ୱ । ସେ କହିଲେ, ମୋ’ ସରକାରରେ ସାମିଲ ନେଇ ସମସ୍ତ ବିଭାଗ ନିଶ୍ଚିତ ଭାବେ ପର୍ଯ୍ୟାପ୍ତ ପ୍ରସ୍ତୁତି କରିବା ସହ ଅଧିକାରୀମାନେ ଉପଯୁକ୍ତ ପ୍ରଶିକ୍ଷଣ ନେଇଥିବେ । ଏହାସହ ମତାମତ ସଂଗ୍ରହ ବ୍ୟବସ୍ଥା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବ ବୋଲି ସେ ଭରସା ବ୍ୟକ୍ତ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ, ଆମ ସମ୍ବିଧାନ ‘ଜନସାଧାରଣ’ଙ୍କୁ ନେଇ ଆରମ୍ଭ ହୋଇଛି । ଲୋକମାନେ ଆମକୁ ଏ ସମ୍ବିଧାନ ଦେଇଛନ୍ତି । ଲୋକେ ହିଁ ଆମକୁ ସେମାନଙ୍କ ପାଇଁ ସରକାର ଚଳାଇବାକୁ ଦାୟିତ୍ୱ ଦେଇଛନ୍ତି । ଆମେ କେବଳ ଲୋକମାନଙ୍କର ପ୍ରତିନିଧି । ଜନତାଙ୍କ ପ୍ରତିନିଧି ସାଜି ତାଙ୍କ ପାଇଁ କାମ କରିବାକୁ ପଡ଼ିବ । ଲୋକେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତା’କୁ ନିÂାର ସହ ପାଳନ କରିବାକୁ ହେବ । ଏ ବିଷୟରେ ସମସ୍ତେ ଭଲ ଭାବେ ଅବଗତ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବକ୍ତବ୍ୟ ରଖି ମୋ’ ସରକାର ବାବଦରେ ନିଜ ବିଭାଗର ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ମୋ’ ସରକାରର ସଫଳତା ଗଣତାନ୍ତ୍ରିକ ଅନୁÂାନଗୁଡ଼ିକୁ ଆହୁରି ସୁଦୃଢ଼ କରିବ ।
ଏହି ଅବସରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଯାଜପୁର, ବାଲେଶ୍ୱର, ଅନୁଗୁଳ, ବରଗଡ଼, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ଉପରୋକ୍ତ ୫ଟି ଯାକ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଅଧିକାରୀଙ୍କ ସହ ଆଲୋଚନାବେଳେ ଲୋକଙ୍କୁ ଉତ୍ତମ ବ୍ୟବହାର, ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons