ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘ମୋ ସରକାର’ରେ ସାମିଲ ହୋଇଛି ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ଏହି ବିଭାଗ ଦ୍ୱାରା ବହୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏଣିକି ଏହି ଯୋଜନା ହିତାଧିକାରୀଙ୍କ ପାଖରେ କେମିତି ପହଞ୍ଚୁଛି, ଗୁଣାତ୍ମକ ସେବା ମିଳୁଛି ନା ନାହିଁ ସେ ସଂପର୍କରେ ନିଜେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଫୋନ କରି ପଚାରି ବୁଝିବେ । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ । ଯେଉଁ କର୍ମଚାରୀମାନେ ଭଲ କାମ କରୁଥିବେ ସେମାନଙ୍କୁ ପ୍ରଶଂସାପତ୍ର ମିଳିବ । ନିଜ କାମରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ । ଏହାକୁ ଆଜି ଲୋକସେବା ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କ୍ଷେତ୍ର ଅଧକାରୀମାନଙ୍କୁ ପରମର୍ଶ ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ପ୍ରଶୟ ଦିଅନି । ଏହାକୁ ଆଦୌ ବରଦାସ୍ତ କରାଯିବନି ।
ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରେ ମା’ ଓ ଶିଶୁମାନଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତୁ୍ୟହାର ଓ ଶିଶୁ ମୃତୁ୍ୟ ହାର ହ୍ରାସରେ ରାଜ୍ୟ ସଫଳତା ପାଇଛି । ଏ ସଫଳତା ପଛରେ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ନିÂାପର ଉଦ୍ୟମରୁ ‘ମମତା’ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଏବେ ମଡେଲ ପାଲଟିଛି । ଏହିସବୁ କାର୍ଯ୍ୟକ୍ରମକୁ ଆଗକୁ ଜାରି ରଖିବାକୁ ଦୁର୍ନୀତିଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ, ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ଼ ସଫଳତା । ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଲାକଙ୍କ ମତାମତ ଭିତ୍ତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବାକୁ ଚେଷ୍ଟା କରାଯାଉଛି ।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ‘ମୋ ସରକାର’ କାର୍ଯ୍ୟକ୍ରମ ବିଭାଗକୁ କିଭଳି ଅଧିକ ଚଳଚଞ୍ଚଳ କରିବ ଏବଂ ହିତାଧିକାରୀମାନଙ୍କୁ ଲାଭ ଦେବ ତା ଉପରେ ମତ ରଖିଥିଲେ । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଲେ, ‘ମୋ ସରକାର’ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଏକ ଅଭିନବ ପ୍ରୟାସ । ଏହାର ସଫଳ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ।
୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଏ ଅବସରରେ ବିଭାଗୀୟ କର୍ମଚାରୀମାନଙ୍କୁ ‘ମୋ ସରକାର’ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହାର ବିଭିନ୍ନ ଦିଗ ସଂପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ । ଅଙ୍ଗନବାଡ଼ିକୁ ଯୋଗାଇ ଦିଆଯାଇଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋÂୀଗୁଡ଼ିକ ସାମିଲ ହେବେ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାଛଡ଼ା ଶିଶୁମାନଙ୍କ ଯତ୍ନ ନେଉଥିବା ଅନୁÂାନଗୁଡ଼ିକର ପରିଦର୍ଶନ ବିବରଣୀ ସହ ଗ୍ରାଣ୍ଟ ଇନ ଏଡ୍ ପ୍ରଦାନରେ ହେଳା ନକରିବାକୁ ନିଦେ୍ର୍ଧଶ ଦେଇଥିଲେ । ମହିଳା ଗୋÂୀ, ଅନ୍ୟ ସର୍ଭିସ ପ୍ରୋଭାଇଡରମାନଙ୍କ ବିଲ୍ ମଞ୍ଜୁର ସହ ମିଶନ ଶକ୍ତିର ରିଭଲଭିଂ ଫଣ୍ଡ ଏବଂ ଭିତ୍ତିଭୂମି ପାଣ୍ଠି ଆଦି ପ୍ରଦାନରେ ହିତାଧିକାରୀମାନଙ୍କୁ ହଇରାଣ ହରକତ ନକରିବାକୁ ସତର୍କ କରାଇଥିଲେ । ଏସବୁ କାର୍ଯ୍ୟକ୍ର୍ରମକୁ ଏଣିକି ମୋ ସରକାରରେ ତଦାରଖ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଉପଦେଷ୍ଟା ଓ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ ଆରମ୍ଭ ହୋଇଛି । ପ୍ରଥମ ଦଫାରେ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ସହ ପୁଲିସ ବିଭାଗ ଏଥିରେ ସାମିଲ ହୋଇଥିଲା ।
Comments are closed, but trackbacks and pingbacks are open.