‘ମୋ ସରକାର’ରେ ସାମିଲ:ଡିଜିଙ୍କ ହାତରୁ ଗଲା ଅଗ୍ନି ସୁରକ୍ଷା ପ୍ରମାଣପତ୍ର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇବା ପାଇଁ ଏଣିକି ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି କି ଅଗ୍ନିଶମ ଡିଜିଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡ଼ିବନି । ଜିଲ୍ଲା ସ୍ତରରେ କ୍ଷେତ୍ର କର୍ମଚାରୀମାନେ ହିଁ ଏହି ପ୍ରମାଣପତ୍ର ଦେବେ । ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏହାକୁ ତତ୍କାଳ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଆଜି ‘ମୋ ସରକାର’ରେ ସାମିଲ କରିଛନ୍ତି । ଆବେଦନର ମାତ୍ର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଆବାସିକ କୋଠା ହେଉ ଅବା ବ୍ୟାବସାୟିକ ଅଟ୍ଟାଳିକା, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇବାକୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଗ୍ନିଶମ ବିଭାଗର ସର୍ବୋଚ୍ଚ ଅଧିକାରୀମାନେ ଏ ସମସ୍ୟାକୁ ଦୀର୍ଘ ବର୍ଷ ହେବ ଅଣଦେଖା କରୁଥିଲେ । ଆବେଦନକାରୀମାନେ ପ୍ରମାଣପତ୍ର ପାଇବା ବଦଳରେ ହତାଶ ହୋଇପଡ଼ୁଥିଲେ । ହଜାର ହଜାର ଆବେଦନ ଏମିତି ପଡ଼ି ରହିଥିବା ଖବର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ତନାଘନା ଆରମ୍ଭ ହୋଇଥିଲା । ଜନସାଧାରଣଙ୍କ ବାସ୍ତବ ଅସୁବିଧା ବୁଝିବା ପରେ ଏହି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ‘ମୋ ସରକାର’ରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଜଟିଳ ପ୍ରକ୍ରିୟାକୁ ସରଳ କରିବା ଦ୍ୱାରା ଏଣିକି ଦୈ÷ନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜ ହେବ । ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁଯାୟୀ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି । ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ କରିବାର ୧୮ ଦିନ ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ କରିବେ । ପ୍ରମାଣ ପତ୍ରର ବୈଧତା ବ୍ୟାବସାୟିକ ପ୍ରତିÂାନ କ୍ଷେତ୍ରରେ ୨ ବର୍ଷ ଯାଏ ବଳବତ୍ତର ରହିବ । ଆବାସିକ କୋଠାବାଡି କ୍ଷେତ୍ରରେ ବୈଧତା ୫ ବର୍ଷ ଯାଏ ବଳବତ୍ତର ରହିବ । ଏ ନୂଆ ବ୍ୟବସ୍ଥା ଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିିବ । ଆସନ୍ତା ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନ୍ଲାଇନ ଜରିଆରେ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅଗ୍ନିଶମ ଡିଜିଙ୍କ ହାତରେ ଥିବା ଏ କ୍ଷମତା ଏବେ ଜିଲ୍ଲାସ୍ତରକୁ ହସ୍ତାନ୍ତର ହୋଇଛି ।
ନୂଆ ନିଷ୍ପତ୍ତି ଅନୁଯାୟୀ ୧୫ ମିଟରରୁ କମ ଉଚ୍ଚତା ବିଶିଷ୍ଟ କୋଠା (ମଲଟିପ୍ଳେକ୍ସକୁ ଛାଡ଼ି) ପାଇଁ ସର୍କଲ ଡେପୁଟି ଫାୟାର ଅଫିସର, ୧୫ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ କୋଠା (ମଲଟିପ୍ଳେକ୍ସକୁ ଛାଡ଼ି) ରେଞ୍ଜ ଫାୟାର ଅଫିସର ପ୍ରମାଣପତ୍ର ପ୍ରଦାନ କରିବେ । ସେହିଭଳି ୩୫ ମିଟର ବା ତଦୁର୍ଦ୍ଧ ଉଚ୍ଚତା ବିଶିଷ୍ଟ କୋଠା ପାଇଁ (ମଲଟିପ୍ଳେକ୍ସକୁ ଛାଡ଼ି) ଚିଫ୍ ଫାୟାର ଅଫିସର ଫାୟାର ପ୍ରିଭେନସନ, ୧୨ ମିଟରରୁ କମ ଉଚ୍ଚତା ତଥା ୩୦ ଶଯ୍ୟା ବିଶିଷ୍ଟ ଚିକିସôାଳୟ, ଯାହାର ଅତି କମରେ ଗୋଟିଏ ଆଇସିୟୁ ଥିବ, ସେ କ୍ଷେତ୍ରରେ ଆସିଷ୍ଟାଣ୍ଟ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିପାରିବେ ।
ନୂଆ ନିୟମ ଅନୁସାରେ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ (ଆଇସିୟୁ ଥିବ) ଚିକିସôାଳୟ ପାଇ ଡେପୁଟି ଫାୟାର ଅଫିସର, ସିନେମା ହଲ୍ ପାଇଁ ସଂପୃକ୍ତ ଜିଲ୍ଲାର ସହକାରୀ ଫାୟାର ଅଫିସର, ୩ ତାରକାରୁ କମ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ୍ ପାଇଁ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରମାଣପତ୍ର ଦେଇପାରିବେ । ୩ ତାରକାରୁ ଉଦ୍ଧ୍ୱର୍ ହୋଟେଲ ପାଇଁ ଡେପୁଟି ଫାୟାର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ୍, ବହୁତଳ କାର ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର ପାର୍କିଂ ପାଇଁ ରେଞ୍ଜ ଫାୟାର ଅଫିସର ପ୍ରମାଣପତ୍ର ଦେବେ ।
ସେହିଭଳି ପେଟ୍ରୋଲ ପମ୍ପ ଓ ଏଲ୍ପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରମାଣପତ୍ର ଦେଇପାରିବେ । ଶିଳ୍ପ(କ୍ଷୁଦ୍ର), କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଉପôାଦନ ଓ ବିକ୍ରୟ ପାଇଁ ଡେପୁଟି ଫାୟାର ଅଫିସରଙ୍କୁ ପ୍ରମାଣପତ୍ର ଦେବାକୁ କ୍ଷମତା ଦିଆଯାଇଛି । ବୃହତ୍ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉପôାଦନକାରୀ, ପେଟ୍ରୋଲିୟମ୍ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଞ୍ଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେଇପାରିବେ ।
ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସହସ୍ରାଧିକ ନର୍ସିଂ ହୋମ୍, ସ୍ୱାସ୍ଥ୍ୟସେବା ପ୍ରତିÂାନ, ବ୍ୟାବସାୟିକ ପ୍ରତିÂାନ, ମେଡିକାଲ, ମଲ୍, ଶିକ୍ଷାନୁÂାନ ଦୀର୍ଘ ଦିନ ଧରି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ହେଲେ ନିୟମରେ ଥିବା ଜଟିଳ ବ୍ୟବସ୍ଥା ଯୋଗୁ ବର୍ଷ ବର୍ଷ ଧରି ସେମାନଙ୍କ ଦରଖାସ୍ତ ମଂଜୁର ହୋଇପାରୁନଥିଲା । ଯାହାକୁ ନେଇ ଘରୋଇ ନର୍ସିଂ ହୋମ୍ ଓ ସ୍ୱାସ୍ଥ୍ୟସେବା ସଂଘ ଓ ବ୍ୟବସାୟୀ ସଂଘ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜିର ମୁଖ୍ୟମନ୍ତ୍ରୀଙ୍କ ଏ ନିଷ୍ପତ୍ତିକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons