ମୋ’ ସରକାରରେ ସାମିଲ ହେଲା ଆଉ ୫ ବିଭାଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋ’ ସରକାରରେ ସାମିଲ ହୋଇଛି ଆଉ ୫ ବିଭାଗ । ଏହି ବିଭାଗଗୁଡ଼ିକ ହେଲା- ଜଙ୍ଗଳ ଓ ପରିବେଶ, ସୂଚନା ଓ ଲୋକ ସମ୍ପର୍କ, କ୍ରୀଡ଼ା ଓ ଯୁବ ବ୍ୟାପାର, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ।
ଲୋକସେବା ଭବନରେ ଏ ନେଇ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସରକାରୀ କର୍ମଚାରୀମାନେ ନିଜ ବ୍ୟବହାର ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଦରକାର । ସମସ୍ତେ ଜନତାଙ୍କ ସେବକ ଭଳି କାମ କରନ୍ତୁ । ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏହାଦ୍ୱାରା ସାଧାରଣ ଲୋକେ ନିଜକୁ ସଶକ୍ତ ଅନୁଭବ କରିବେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଜନତା ହିଁ ପ୍ରକୃତ ମାଲିକ, ଏହାକୁ ଲୋକେ ବାସ୍ତବ କ୍ଷେତ୍ରରେ ଅନୁଭବ କରିବା ଦରକାର । ତେଣୁ ଏ ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ସେ ନିଦେ୍ର୍ଧଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ୫ଟି ବିଭାଗ ମୋ’ ସରକାର କାର୍ଯ୍ୟକ୍ରମରେ ସାମିଲ ହେବା ଅତି ଖୁସିର କଥା । ପରିବର୍ତ୍ତନଶୀଳ ପ୍ରକ୍ରିୟାରେ ଆଗକୁ ବଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ଏହି ବିଭାଗଗୁଡ଼ିକୁ ଅଭିନନ୍ଦନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ’ ସରକାରରେ ୧୨ଟି ବିଭାଗ ସାମିଲ ହୋଇଛି । ମୁଁ ନିଜେ ଲୋକଙ୍କୁ ବହୁ ଥର ଫୋନ୍ କରି ସରକାରୀ ସେବା ଓ ବ୍ୟବସ୍ଥା ନେଇ ସେମାନଙ୍କ ମତାମତ ଲୋଡ଼ିଛି । ଲୋକଙ୍କଠାରୁ ଭଲ ମତାମତ ମିଳିଛି । ଯେଉଁଠି ତ୍ରୁଟି ବିଚୁ୍ୟତି ନଜରକୁ ଆସିଛି, ସେଠାରେ କଠୋର କାର୍ଯ୍ୟାନୁÂାନ ନିଆଯାଇଛି । ଭଲ ମତାମତକୁ ସବୁବେଳେ ପ୍ରଶଂସା କରାଯାଇଛି । ଲୋକଙ୍କଠାରୁ ମିଳିଥିବା ମତାମତ ହିଁ ମୋ’ ସରକାରକୁ ସଫଳ କରିଛି । ସମସ୍ତ ବିଭାଗ ମତାମତ ସଂଗ୍ରହ ବ୍ୟବସ୍ଥାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବା ଦରକାର । ମୋ’ ସରକାର କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ସଫଳ କରିବା ପାଇଁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଦୃଷ୍ଟିକୋଣ ଉପରେ ସକରାତ୍ମକ ପ୍ରଭାବ ବିକାଶ ପାଇଁ ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବାକୁ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କୁ ସଶକ୍ତ କରିବା ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ନେଇ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଆନ୍ତରିକତା ଦେଖିବାକୁ ଚାହେଁ । ଏମିତି ଢଙ୍ଗରେ ଲୋକଙ୍କୁ ସେବା ଯୋଗାନ୍ତୁ, ଯେପରି ସାଧାରଣ ଜନତା ନିଜକୁ ରାଜ୍ୟର ପ୍ରକୃତ ମାଲିକ ବୋଲି ଅନୁଭବ କରିପାରିବେ । ଗଣତାନ୍ତ୍ରିକ ରାଜ୍ୟରେ ରହୁଛନ୍ତି ବୋଲି ଲୋକେ ଅନୁଭବ କରିବା ଦରକାର । ଏ ନେଇ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ୫ଟି ଯାକ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ପ୍ରେମାନନ୍ଦ ନାଏକ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୋ’ ସରକାର କିଭଳି ବ୍ୟବସ୍ଥାକୁ ଆହୁରି ସକ୍ରିୟ କରାଇବ, ସେ ନେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ମୋ’ ସରକାର କାର୍ଯ୍ୟକ୍ରମ ସାରା ଭାରତରେ ଏକ ଅଭିନବ ପଦକ୍ଷେପ । ଲୋକଙ୍କଠାରୁ ମିଳୁଥିବା ମତାମତ ବେଶ୍ ଉପଯୋଗୀ ହୋଇପାରିଛି ।
ଏହି ଅବସରରେ ସମ୍ବଲପୁର, ନୂଆପଡ଼ା, ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡ଼ା, ପୁରୀ, ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟ କରୁଥିବା ଉପରୋକ୍ତ ୫ଟି ଯାକ ବିଭାଗର ଅଧିକାରୀମାନଙ୍କ ସହ କଥା ହୋଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ । ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ ଯେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଲୋକର ସମ୍ମାନ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ କୌଣସି ପ୍ରକାର ସାଲିସ କରିହେବନି । ଏ ନେଇ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ୫ଟି ଯାକ ବିଭାଗ ଉପରେ କ୍ଷୁଦ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons