ନନ୍ଦପୁର: ନନ୍ଦପୁର ବ୍ଲକ ପାନ୍ତଲୁଙ୍ଗ ପଞ୍ଚାୟତ ତୁମ୍ବାକୋଟା ଗାଁର ଦିବ୍ୟାଙ୍ଗ ଜିତେନ୍ଦ୍ର ହନ୍ତାଳ(୬)ପ୍ରମାଣପତ୍ର ପାଇ ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବ୍ଲକରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଜିତେନ୍ଦ୍ରଙ୍କ ଆଧାରକାର୍ଡ ଓ ଦିବ୍ୟାଙ୍ଗ ପ୍ରମାଣପତ୍ର କରାଯାଇ ନଥିବା ତାଙ୍କ ବାପା ନାଗେଶ୍ୱର ହନ୍ତାଳ କହିଛନ୍ତି ।
ନାଗେଶ୍ୱରଙ୍କ କହିବା ପ୍ରକାରେ ୬ପ୍ରାଣୀ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର । ୨ ଝିଅ, ୨ ପୁଅ ଓ ସ୍ୱାମୀ ସ୍ତ୍ରୀ । ଝିଅ ବଡ଼ । ଦ୍ୱିତୀୟ ସନ୍ତାନ ଜିତେନ୍ଦ୍ର ଛୋଟଥିବା ସମୟରେ ନିଆଁରେ ପୋଡ଼ିହୋଇ ତାର ହାତ ସମ୍ପୂର୍ଣ୍ଣ ବଙ୍କା ହୋଇ ଯାଇଛି । ଚିକିତ୍ସାପରେ ମଧ୍ୟ ଜିତେନ୍ଦ୍ରର ହାତ ସଳଖ ହୋଇ ନଥିଲା । ପରିବାରର ସମସ୍ତଙ୍କ ଆଧାରକାର୍ଡ ଅଛି । କିନ୍ତୁ ଜିତେନ୍ଦ୍ରଙ୍କ ନାହିଁ । ଫଳରେ ପଞ୍ଚାୟତ ତରଫରୁ ତାଙ୍କ ପରିବାରକୁ ୫ଜଣରେ ସୀମିତ ରଖି ରେସନକାର୍ଡରେ ଚାଉଳ ଦିଆଯାଉଥିବା ନାଗେଶ୍ୱର କହିଛନ୍ତି । ଜିତେନ୍ଦ୍ର ପାଇଁ ୩/୪ ଥର ଆଧାର କାର୍ଡ ଉଠାଇବାକୁ ବ୍ଲକକୁ ଯାଇ ବିଫଳ ହୋଇଥିଲେ । ପୁଅକୁ ଏବେ ୬ ବର୍ଷ ହୋଇଗଲାଣି । କିନ୍ତୁ ଖାଦ୍ୟସୁରକ୍ଷା ଆଇନର ପରିସରଭୁକ୍ତ କରାଯାଇ ନଥିବାରୁ ପରିବାର ଲୋକେ ଅସୁବିଧା ଭୋଗ କରୁଥିବା କହିଛନ୍ତି । ନାଗେଶ୍ୱରଙ୍କ ପରିବାରର ଏଭଳି ପରିସ୍ଥିତିକୁ ଦେଖି ଅଞ୍ଚଳର ସମାଜସେବୀମାନେ ଜିତେନ୍ଦ୍ରର ଆଧାରକାର୍ଡ, ଭିନ୍ନକ୍ଷମ ପ୍ରମାଣପତ୍ର ଓ ଭତ୍ତା ସହ ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରିବା ଏବଂ ଏହି ଗରିବ ପରିବାରକୁ ଆବାସ ଗୃହ ଯୋଗାଇଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.