ମୟୂରଭଞ୍ଜରେ ‘କରୋନା’ ୮ ଛୁଇଁଲା

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ମୟୂରଭଞ୍ଜରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସେ ମଧ୍ୟ ସୁରଟ ଫେରନ୍ତା । ଘର କପ୍ତିପଦାର ତେନ୍ତୁଳିସାହିରେ ବୋଲି ଜଣାପଡ଼ିଛି । ବୟସ ୩୬ ବର୍ଷ । ରବିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ନୂଆ କରୋନା ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍କୁ ନିଆଯାଇଛି ।ପୂର୍ବରୁ ଜିଲ୍ଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତେ ସୁରଟରୁ ବସ୍ ଯୋଗେ ଫେରିଥିଲେ । ଆଜି ଆଉ ଜଣେ କରୋନା ପଜିଟିଭ୍ ଯୋଡ଼ି ହେବା ପରେ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଜିଲ୍ଲାରେ ତଥା କପ୍ତିପଦାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ଥାନୀୟ ସରପଞ୍ଚ ପ୍ରମୋଦ ସିଂ ଜିଲ୍ଲାପାଳଙ୍କ କ୍ଷମତା ଉପଯୋଗ କରି ସଟ୍ଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ରବିବାର ଅପରାହ୍ନ ୩ଟାରୁ ୭୨ ଘଣ୍ଟା ଯାଏଁ ଏହି ସଟ୍ଡାଉନ୍ କାର୍ଯ୍ୟକାରୀ ହେବ । ଅନ୍ୟପଟେ ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନ ଥିବା କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରା କହିଛନ୍ତି ।
ଗତ ୧ ତାରିଖ ରାତିରେ ସୁରଟରୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ଆସିଥିଲେ ପ୍ରବାସୀ । ୪ ତାରିଖ ଭୋର୍ରେ ବାଲେଶ୍ୱରର ସୋରରେ ପହଞ୍ଚିଥିଲେ । ସେଠାରୁ କପ୍ତିପଦା ଆଣିବା ପରେ ୫ ତାରିଖରେ କପ୍ତିପଦା ବଏଜ୍ ହାଇସ୍କୁଲ୍ରେ ରଖାଯାଇଥିଲା । ସୁରଟରୁ ଫେରିଥିବାରୁ ୫ରେ ସ୍ୱାସ୍ଥ୍ୟ ଟିମ୍ ଦ୍ୱାରା ତାଙ୍କର ସ୍ୱାବ୍ ସଂଗ୍ରହ ହୋଇଥିଲା । ରବିବାର ସ୍ୱାବ୍ ରିପୋର୍ଟ ଆସିବା ପରେ ତେନ୍ତୁଳିସାହିର ବ୍ୟକ୍ତି ଜଣକ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି । ସଙ୍ଗେ ସଙ୍ଗେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ନିଆଯାଇଛି । ପୂର୍ବରୁ ସମସ୍ତ କରୋନା ଆକ୍ରାନ୍ତଙ୍କୁ କଟକସ୍ଥିତ ଉକ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ସେପଟେ ସୁରଟ ଫେରନ୍ତାଙ୍କ ଯୋଗୁଁ କପ୍ତିପଦାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚି ଥିବାରୁ କପ୍ତିପଦା ଅଞ୍ଚଳରେ ୭୨ ଘଣ୍ଟା ଯାଏଁ ସଟ୍ଡାଉନ୍ ଘୋଷଣା ହୋଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀ ସିଂହ ଏହି ଘୋଷଣା କରିଥିବା ଜଣାପଡ଼ିଛି । ସରପଞ୍ଚ ଶ୍ରୀ ସିଂ ‘ପ୍ରମେୟ’କୁ କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ କେବଳ କପ୍ତିପଦା ଅଞ୍ଚଳରେ କରୋନା ପଜିଟିଭ୍ ସଂଖ୍ୟା ୮ରେ ପହଞ୍ଚିଛି । ପୂର୍ବରୁ ପିଙ୍ଗୁ ନୁଦୁଡିହା ୟୁପି ସ୍କୁଲ୍ରେ ଥିବା ଟିଏମ୍ସି ସେଣ୍ଟରରେ ୭ ସୁରଟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ରବିବାର କପ୍ତିପଦା ବଜାର ଅଞ୍ଚଳକୁ ଲାଗିଥିବା କପ୍ତିପଦା ବଏଜ୍ ହାଇସ୍କୁଲ୍ରେ ଥିବା ସୁରଟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍ ବାହାରିଛି । ତେଣୁ କପ୍ତିପଦା ଅଞ୍ଚଳ ମୟୂରଭଞ୍ଜର ହଟ୍ସ୍ପଟ୍ ହୋଇଛି । ସ୍ଥାନୀୟ ଲୋକେ ମତେ ସଟ୍ଡାଉନ୍ କରିବାକୁ କହିଥିଲେ । ତେଣୁ ଜିଲ୍ଲାପାଳ କ୍ଷମତା ଉପଯୋଗ କରି ମୁଁ ମଧ୍ୟ ସଟ୍ଡାଉନ କରିବାକୁ ନିଷ୍ପତ୍ତି ନେଇଥିଲି । ମାତ୍ର ମୋତେ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲପାଳ ସେମିତି ନ କରିବାକୁ ବାରଣ କରିବାରୁ ମୁଁ ସେଥିରୁ ଓହରି ଯାଇିଥିଲି’ । ଏହାପରେ ବଜାର କିମିଟି ପକ୍ଷରୁ ସଟ୍ଡାଉନ୍ ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି ।
କପ୍ତିପଦା ଉପଖଣ୍ଡ ଉପଜିଲ୍ଲପାଳ ଏନେଇ କହିଛନ୍ତି, ସଟ୍ଡାଉନ୍ ନେଇ ନିଷ୍ପତ୍ତି ନେବା ଜଣେ ସରପଞ୍ଚଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ମୁଖ୍ୟମନ୍ତ୍ରୀଙ୍କଠାରୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ମିଳିଥିିଲେ ମଧ୍ୟ ସେ ସେମିତି ଏକତରଫା ନିଷ୍ପତ୍ତି ନେଇପାରିବେ ନାହିଁ । ତେଣୁ ଏ ସମ୍ପର୍କରେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରା କପ୍ତିପଦା ସରପଞ୍ଚ ପ୍ରମୋଦ ସିଂଙ୍କୁ କ୍ଷମତା ବାବଦରେ ଜଣାଇବା ସହ ସଟ୍ଡାଉନ୍ କରିବାକୁ କିଛି କ୍ଷମତା ଲିଖିତ ଆକାରରେ ତାଙ୍କୁ ମିଳିଛି କି ବୋଲି ପ୍ରଶ୍ନ କରିଥିଲେ । ଏହାସତ୍ତେ୍ୱ ସେ ଯଦି ସଟ୍ଡାଉନ୍ ନେଇ କୌଣସି ପଦକ୍ଷେପ ନିଅନ୍ତି ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁÂାନ ନିଆଯିବ ବୋଲି ଚେତାଇ ଦେଇଥିଲେ । ଏ ସମ୍ପର୍କରେ କପ୍ତିପଦା ବିଡିଓ ସତ୍ୟନାଥ ନାଏକଙ୍କୁ ପଚାରିବାରୁ ସମାନ କଥା ଦୋହରାଇଛନ୍ତି । କହିଲେ, ପ୍ରଶାସନ ପକ୍ଷରୁ ସଟ୍ଡାଉନ୍ ସମ୍ପର୍କିତ ଏ ଯାଏଁ କୌଣସି ନିଦେ୍ର୍ଧଶ ଦିଆଯାଇନି । ରବିବାର କରୋନା ପଜିଟିଭ ବାହାରିଥିବା ବ୍ୟକ୍ତି ଟିଏମ୍ସି ସେଣ୍ଟରରେ ଥିଲେ । ତେଣୁ ସ୍ଥାନୀୟ ଲୋକେ ବ୍ୟସ୍ତ ହେବାର କିଛି ନାହିଁ । ତଥାପି କପ୍ତିପଦା ଅଞ୍ଚଳ ଏକପ୍ରକାର ଶୂନଶାନ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବଣିକ ସଂଘ ପକ୍ଷରୁ ସଟ୍ଡାଉନ୍ ନିଷ୍ପତ୍ତି ହୋଇଥିବା ଆଉ କେତେକ କହୁଛନ୍ତି । ବଣିକ ସଂଘ କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଭୟର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons