ମୟୂରଭଞ୍ଜ,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଏହି ସଂଖ୍ୟା ୨୦୬ କୁ ଛୁଇଁଛି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାଜ୍ୟରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୩ ଜଣ ମୟୂରଭଞ୍ଜ ଜିଲ୍ଲାର ଥିଲେ । ସେମାନେ ସମସ୍ତେ ପୁରୁ ଓ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ବୋଲି ଜଣାଯାଇଛି । ଏହି ୩ ଜଣ ସୁରଟରୁ ଫେରିଥିଲେ । ସେହିପରି ୧୭ ଜଣ ଗଞ୍ଜାମ ଜିଲ୍ଲାରୁ ପଜିଟିଭ୍ ଚିହ୍ନଯ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟା ମହିଳା ହୋଇଥିବା ବେଳେ ଅବଶିଷ୍ଟ ୧୬ ଜଣ ପୁରୁଷଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ୧୪୨ ରହିଛି । ସୁସ୍ଥ ହୋଇ ଘରକୁ ଗଲେଣି ୬୨ ଜଣ । ତେବେ ୨ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି ।
Comments are closed, but trackbacks and pingbacks are open.