ମୟୂରଭଞ୍ଜ, କନ୍ଧମାଳ ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍ର ମତ:୫-ଟି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ କ୍ରିୟାଶୀଳ କରିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଦେଉଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ୫-ଟି ଯୋଗୁଁ ଏହା ଅଧିକ କ୍ରିୟାଶୀଳ ହୋଇପାରିବ । ଓଡିÿଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନ ମିଶନ ଏମିତି ମତ ଦେଇଛନ୍ତି । ଡାକ୍ତର ହିମାଂଶୁ ଭୂଷଣଙ୍କ ଅଧ୍ୟକ୍ଷତାରେ ଆସିଥିବା କମିଟି ଗତ ୧୭ ତାରିଖରୁ କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲା ।
ଗସ୍ତ ସମୟରେ ସେମାନେ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ହେଲ୍ଥ ୱେଲନେସ୍ ସେଣ୍ଟର, ଅଙ୍ଗନବାଡ଼ି କେନ୍ଦ୍ର ସହ ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଡାକ୍ତର, ପାରାମେଡିକ୍, ଆଶା, ଅଙ୍ଗନବାଡ଼ି କର୍ମୀ, ପଞ୍ଚାୟତିରାଜ ଅନୁÂାନର ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ଟିମ୍ ଗ୍ରାମସଭାରେ ମଧ୍ୟ ଯୋଗ ଦେଇଥିଲା । ବିଭିନ୍ନ ସ୍ୱାସ୍ଥ୍ୟ ଅନୁÂାନଗୁଡ଼ିକର ରେକର୍ଡ ଯାଞ୍ଚ କରିବା ସହିତ ରୋଗୀ, ସେମାନଙ୍କର ସହାୟକ ଓ ସାଧାରଣ ଲୋକଙ୍କ ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ, ସଫାସୁତୁରା ବ୍ୟବସ୍ଥା, ନିରାମୟ ମାଧ୍ୟମରେ ମାଗଣା ଔଷଧ ପ୍ରଦାନ, ନିଦାନ ମାଧ୍ୟମରେ ମାଗଣା ରୋଗ ନିରୁପଣ, ମାଗଣା ଡାଏଲିସିସ୍ ଓ କର୍କଟ ରୋଗୀଙ୍କୁ କେମୋଥେରାପି ଆଦି ସମ୍ପର୍କରେ ବୁଝିଥିଲେ । ହସ୍ପିଟାଲରେ ପ୍ରସବ ହାର ବୃଦ୍ଧି ଓ ସମ୍ପୂର୍ଣ୍ଣ ଟୀକାକରଣ, ଶିଶୁ ମାତୃ ମୃତୁ୍ୟହାର ହ୍ରାସ, ୱେଲନେସ୍ ସେଣ୍ଟର, ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକାରିତା ନେଇ ଟିମ୍ ବେଶ୍ ସନ୍ତୋଷ ପ୍ରକଟ କରିଛି । କେତେକ ହସ୍ପିଟାଲରେ ମାନବ ସମ୍ବଳ ବୃଦ୍ଧି, ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ତାଲିମ, ଜନସଚେତନତା ବୃଦ୍ଧି ପାଇଁ ଆଇଇସି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବା ଲାଗି କହିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ମତାମତ ରଖି କହିଛନ୍ତି, ଟିମ୍ ସଦସ୍ୟମାନେ ଯେଉଁ ସବୁ କାର୍ଯ୍ୟ ପାଇଁ ତାଙ୍କର ମତାମତ ଦେଇଛନ୍ତି, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁଶୀଳନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଟିମ୍ ମତାମତ ଆଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ । ମେଡିକାଲ ନିଗମ ଏମ୍ଡି ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଡାକ୍ତର ହରପ୍ରସାଦ ପଟ୍ଟନାୟକ, ସମସ୍ତ ନିଦେ୍ର୍ଧଶକ ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons