ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ବାତ୍ୟା ୟସ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ। ତେବେ ବାଲେଶ୍ଵରରୁ ସଡକ ପଥରେ ଆସି ବାରିପଦା ସର୍କିଟ ହାଉସରେ ପହଞ୍ଚି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି। ତେବେ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଯୋଗାଣ ବିଭାଗ, କୃଷି ବିଭାଗ, ପାନୀୟ ଜଳ ଯୋଗାଣ, ପୂର୍ତ୍ତ(ରାସ୍ତା ଓ ଗୃହନିର୍ମାଣ) ବିଭାଗ,ଗ୍ରାମ୍ୟ ନିର୍ମାଣ ବିଭାଗ, ପି ଏଚ ଡ଼ି ବିଭାଗକୁ ଅଧିକ ଗୁରୁତ୍ଵ ଦେବାର ସମ୍ଭାବନା ରହିଛି। ପରେ ଏଠାରୁ ଗୋପବନ୍ଧୁନଗର ବ୍ଲକ ଅଧିନ କୁଆମରା ଗସ୍ତରେ ଯାଇ କୁଆମରା ପୋଲିସ ଆଉଟ ପୋଷ୍ଟ ଅନୁଧ୍ୟାନ କରିବେ। ସେଠାରୁ ଖୁଣ୍ଟା ବ୍ଲକ ଅଧିନ ବିସିପୁର ପଞ୍ଚାୟତ ଗସ୍ତକରି କ୍ଷତିଗ୍ରସ୍ତ ସ୍କୁଲ ଗୃହର ତଦାରଖ କରିବ କେନ୍ଦ୍ରୀୟ ଟିମ। ପରେ ଉଦଳା ବ୍ଲକ ଗସ୍ତରେ ଯାଇ ଦୂତିକାଦେଇପୁର ଅଞ୍ଚଳର ବାତ୍ୟା ୟସ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀ କେନ୍ଦ୍ରୀୟ ଟିମ ସହ ସାମିଲ ରହିବେ ବୋଲି ଜଣାପଡିଛି। ଏଠାରୁ ବାରିପଦା ଆସି ହେଲିକପ୍ଟରରେ ଭୁବନେଶ୍ୱର ଫେରିଯିବା ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।
ରିପୋର୍ଟ:ଘାସିରାମ ବେହେରା
Comments are closed, but trackbacks and pingbacks are open.