ଯବାନଙ୍କ ସହ ମୁହାଁମୁହିଁ ହେଲେ ନକ୍ସଲ!

Get real time updates directly on you device, subscribe now.

ବରଗଡ଼, (ବି.ବି.ନୁ୍ୟଜ୍): ଯବାନଙ୍କୁ ଚକ୍ମା ଦେବା ପାଇଁ ସବୁଜ ୟୁନିଫର୍ମ ପିନ୍ଧି ନର ସଂହାର କରିବାକୁ ଆସିଥିଲେ ନକ୍ସଲ! ଏହା ଜାଣିପାରି ମଲାଇଖମନ ଜଙ୍ଗଲରେ ପହଞ୍ଚିଥିଲେ ଡିଭିଏଫ୍ ଯବାନ । ଆଉ ତା’ପରେ ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟ । ଗତକାଲି ରାତିରେ ଏମିତି ଘଟଣା ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ମଲାଇଖମନ ଜଙ୍ଗଲରେ ଘଟିଛି । କୌସି ଅଘଟଣ ଘଟାଇବା ପାଇଁ ଗତକାଲି ରାତିରେ ସୁକଲତରମା ଗାଁକୁ ନକ୍ସଲମାନେ ଆସୁଥିବା ଖବର ମିଳିଥିଲା । ଏହାପରେ ଡିଭିଏଫ୍ ଯବାନମାନେ ମଲାଇଖମନ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ । ଏହା ଜାଣିପାରି ସବୁଜ ରଙ୍ଗର ୟୁନିଫର୍ମ ପିନ୍ଧିଥିବା ୭ ଜଣ ନକ୍ସଲ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପ୍ରତିଆକ୍ରମଣ କରିଥିଲେ ଯବାନ । ଫଳରେ ଦୀର୍ଘ ସମୟ ଧରି ଉଭୟ ପାଶ୍ୱର୍ରୁ ଗୁଳି ବିନିମୟ ହୋଇଥିଲା । ତେବେ ଅନ୍ଧକାରର ସୁଯୋଗ ନେଇ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଆଜି ସକାଳେ ଯବାନମାନେ ଉକ୍ତ ଜଙ୍ଗଲକୁ ଯାଇ ୧୪ ରାଉଣ୍ଡ ଗୁଳି, ବ୍ୟାଟେରୀ , ମୋବାଇଲ, ଟର୍ଚ୍ଚଲାଇନ୍ , ଗ୍ରୋସରୀ ସାମଗ୍ରୀ , ପନିପରିବା ଓ କିଛି ନକ୍ସଲ ନେତାଙ୍କ ଫଟୋ ଜବତ କରାଯାଇଥିବା ବରଗଡ଼ ଏସ୍ପି ପଦ୍ମିନୀ ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons