ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ୪୭ରେ ପହଞ୍ଚôଲା ସଂଖ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ୍): ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକର ବୋଲି ଜଣାପଡିଛି । ଉଭୟେ ପୁରୁଷ । ଜଣଙ୍କର ବୟସ ୪୮ ଓ ଅନ୍ୟ ଜଣଙ୍କ ବୟସ ୫୫ । ସେମାନେ ଦୁହେଁ କୋଲକାତାରୁ ଫେରିଥିଲେ । ସେମାନଙ୍କ ଶରୀରରେ କରୋନା ଲକ୍ଷଣ ନଥିବା ବେଳେ ସେମାନେ କ୍ୱାରେଣ୍ଟାଇଟନ୍ରେ ଥିଲେ । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରେ ପହଞ୍ଚôଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳେ ଜିଲ୍ଲାରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ପୁରୁଷ, ୨ ମହିଳା ଥିଲେ । ସେମାନଙ୍କର ମଧ୍ୟ କୌଣସି ଲକ୍ଷଣ ନଥିଲା । ହେଲେ କ୍ୱାରେଣ୍ଟାଇନ୍ରେ ଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ୧୦୦ ଥିବା ବେଳେ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି ୫୫ ଓ ଜଣଙ୍କର ମୃତୁ୍ୟ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons