ଯାଜପୁରରେ ୟାଶ୍ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା

Get real time updates directly on you device, subscribe now.

ଯାଜପୁର: ବାତ୍ୟା ୟାସର ପ୍ରଭାବ ଯାଜପୁର ଜିଲ୍ଲାରେ ଦେଖାଦେଇଛି । ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ମଙ୍ଗଳବାର ରାତି ୧୨ଟାରୁ ବୁଧବାର ଦିନ ୧୨ଟା ପର୍ୟ୍ୟନ୍ତ ଚଣ୍ଡିଖୋଲରୁ ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ରୂପେ ଗାଡି ଚଳାଚଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବନ୍ଦ ରହିଛି । ଚଣ୍ଡିଖୋଲ ଛକରେ ବହୁ ଗାଡି ଅଟକି ରହିଛି । ଟୁରିଷ୍ଟ ବସ୍ ମଧ୍ୟ ଅଟକି ରହିଛି । ଗାଡିରେ ବହୁ ପର୍ୟ୍ୟଟକ ରହିଥିବା ବେଳେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲଠାରେ ଅଟକି ରହିଛନ୍ତି । ସେମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି । ଚଣ୍ଡିଖୋଲ ପରିବହନ ବିଭାଗ, ପୋଲିସ ପ୍ରଶାସନ ଚଣ୍ଡିଖୋଲ ଛକରେ ଉପସ୍ଥିତ ରହିଛନ୍ତି । ବାତ୍ୟାକୁ ନେଇ ମଧ୍ୟ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ବଡ଼ଚଣା ବ୍ଲକରୁ ୫ ହଜାର ଓ ଧର୍ମଶାଳା ବ୍ଲକରୁ ୧୭ ଶହ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯଇଛି । ରାସ୍ତା ମଝିରେ କିଛି ଗଛ ଭାଙ୍ଗି ପଡିଥିବାରୁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଗଛ କଟାଯାଇ ଯୋଗାଯୋଗ ସ୍ୱାଭାବିକ କରାଯାଉଛି । ମୋଟାମୋଟି ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons