ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜିଲ୍ଲାର ୧୦ଟି ବ୍ଲକ୍, ୨ଟି ପୌରପରିଷଦ ମଧ୍ୟରୁ ୭ଟି ବ୍ଲକ୍ ଓ ଗୋଟିଏ ପୌର ପରିଷଦରେ କରୋନା ତା’ର କାୟା ବିସ୍ତାର କରିଛି । ଆଜି ଜିଲ୍ଲାର ଆଉ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ କୋଲକାତା ଫେରନ୍ତା ବୋଲି ସ୍ପଷ୍ଟ ହୋଇଥିବା ବେଳେ ଜଣେ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିଛି । ଆଜି ସୁଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି ।
ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଦଶରଥପୁର ବ୍ଲକ୍ ଅକରପଡ଼ା ପଞ୍ଚାୟତର ହୋଇଥିବା ବେଳେ ଜଣେ ଯାଜପୁର ପୌର ପରିଷଦର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦଶରଥପୁର ବ୍ଲକ୍ର ଚିହ୍ନଟ ହୋଇଥିବା ୩ଜଣ ଯାକ କୋଲକାତା ଫେରନ୍ତା । ସେମାନଙ୍କ ମଧ୍ୟରୁ ଜଣେ ଅକରପଡ଼ା ପଞ୍ଚାୟତ ସାନ ଦୋଗଡ଼ା ଗ୍ରାମର ୫୫ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସେହି ପଞ୍ଚାୟତ ଭେଲଙ୍ଗ ଗ୍ରାମର ଦୁଇ ଭାଇ ବୋଲି ଜଣାପଡ଼ିଛି । ସାନଦୋଗଡ଼ା ଗ୍ରାମର ବୟସ୍କ ବ୍ୟକ୍ତି ଜଣକ କୋଲକାତାରୁ ଚଳିତ ମାସ ୫ ତାରିଖ ଦିନ ଅନ୍ୟ କିଛି ଲୋକଙ୍କ ସହ ଏକ ଗାଡ଼ିରେ ପାଣିକୋଇଲି ପର୍ଯ୍ୟନ୍ତ ଆସିଥିଲେ । ପାଣିକୋଇଲି ପଞ୍ଜୀକରଣ କେନ୍ଦ୍ରରେ ପଞ୍ଜୀକରଣ କରିବା ପରେ ତାଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହା ପରେ ତାଙ୍କୁ ଦଶରଥପୁର ବ୍ଲକ୍ ମଲ୍ଲିକାପୁର ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା । ଭେଲଙ୍ଗ ଗ୍ରାମର ଦୁଇ ଭାଇ ୨୮ ଓ ୪୨ ବର୍ଷ ବୟସ୍କ ୬ତାରିଖରେ କୋଲକାତାରୁ ଫେରି ପାଣିକୋଇଲିରେ ପଞ୍ଜୀକରଣ କରିଥିଲେ । ସେଠାରେ ସେମାନଙ୍କର ଥର୍ମାଲ ସ୍କି୍ରନିଂ ପରେ ଦଶରଥପୁର ବ୍ଲକ୍ ମଲ୍ଲିକାପୁରସ୍ଥିତ ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୨୨ ଜଣଙ୍କର ୮ତାରିଖରେ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ସେମାନଙ୍କ ମଧ୍ୟରୁ ୩ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।
ସେହିପରି ଯାଜପୁର ପୌର ପରିଷଦରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତି ଜଣକ ମାର୍କଣ୍ଡପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟକର୍ମଚାରୀ(ସୁପରଭାଇଜର) ବୋଲି ଜଣପଡ଼ିଛି । ତାଙ୍କ ବୟସ ୫୨ବର୍ଷ । ତାଙ୍କୁ କୋଭିଡ୍-୧୯ରେ ଆଦମପୁର ସେକ୍ଟରର ସୁପରଭାଇଜର ନିଯୁକ୍ତି ଦିଆଯାଇଥିଲା । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକର୍ମଚାରୀଙ୍କର ରୁଟିନ୍ ଚେକ୍ଅପ୍ ଅନୁସାରେ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି । ଏହି କ୍ରମରେ ୮ତାରିଖ ଦିନ ପଣସା ପଞ୍ଚାୟତ ସ୍ୱାବ୍ ନମୁନା ସଂଗ୍ରହ କେନ୍ଦ୍ରରେ ତାଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ଆଜି ତାଙ୍କ ସ୍ୱାବ୍ ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଛି । ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଠାବ କରିବା ସହିତ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ସଂଗ୍ରହ କରାଯାଇଛି । ଯେହେତୁ ସେ ସ୍ୱାସ୍ଥ୍ୟ କର୍ମଚାରୀ ଥିଲେ ତାଙ୍କ ପାଇଁ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।
Comments are closed, but trackbacks and pingbacks are open.