ଭୁବନେଶ୍ୱର: କରୋନାକୁ ନେଇ ଆସିଲା ଆଉ ଏକ ଉଦ୍ବେଗଜନକ ଖବର। ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଲେ ୩୮ ବର୍ଷ ବୟସ୍କ ଯୁବକ। ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ୩୧ ଜଣ ଆରୋଗ୍ୟ ଲାଭ କଲେଣି।ତେବେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ କର୍କଟ ରୋଗରେ ମୃତ୍ୟୁ ଘଟିଥିବା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା।
Comments are closed, but trackbacks and pingbacks are open.