ଯାଜପୁର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ୧୪୯ ଆକ୍ରାନ୍ତଙ୍କ ମଧ୍ୟରୁ କେବଲ ୪୦ଜଣ ହେଉଛନ୍ତି ଯାଜପୁରର । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲକଡାଉନକୁ କଡାକଡି ଭାବେ ପାଳନ କରାୟାଉଛି । ଯାଜପୁର ଏବେ ରେଡ୍ ଜୋନରେ ରହିଛି । ତେବେ ଅତ୍ୟାବଶ୍ୟକୀୟ କାମ ପାଇଁ ଯେପରି ଜିଲ୍ଲାବାସୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ପ୍ରଶାସନ ତରଫରୁ ପାସ୍ ବ୍ୟବସ୍ଥା କରାଯାଇଛି ।
ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ବା ମୃତକଙ୍କ ସଂସ୍କାର କାର୍ୟ୍ୟ, ଅଥବା ସରକାରୀ ଓ ବେସରକାରୀ ଶିଳ୍ପ, ବାଣିଜ୍ୟ ଉଦେଶ୍ୟରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ଅନଲାଇନ୍ ମାଧ୍ୟମରେ ଜିଲ୍ଲା ମଧ୍ୟରେ, ଯାଜପୁର ଜିଲ୍ଲାରୁ ଅନ୍ୟ ଜିଲ୍ଲା ବା ରାଜ୍ୟ କୁ ଯିବା ପାଇଁ ପ୍ରସଙ୍ଗ ଭିତିକ ପାସ୍ ବ୍ୟବସ୍ଥା କରାଯାଇଛି। ତେଣୁ କୌଣସି ବ୍ୟକ୍ତି ଏହାର ସୁବିଧା ନେବା ଲାଗି ଚାହିଁଲେ ଇ ପାସ୍ ପାଇଁ jajpur.nic.in ପୋର୍ଟାଲରେ ଆବେଦନ କରିବାକୁ ଅନୁରୋଧ। କୌଣସି ବ୍ୟକ୍ତି ଏହି ପାସ୍ ପାଇଁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସିବା ଆବଶ୍ୟକ ନାହିଁ। ସେମାନେ ଅନଲାଇନରେ ଆବେଦନ କରି ଅନଲାଇନରେ ହିଁ ପାସ୍ ପାଇପାରିବେ।ଅନୁମତି ଯୋଗ୍ୟ ଯାତାୟାତ ପାଇଁ କେବଳ ପାସ୍ ଦିଆଯିବ ବୋଲି ଜିଲ୍ଲା କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି।


Comments are closed, but trackbacks and pingbacks are open.