ଯାଜପୁର-ବାଲେଶ୍ୱରରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ରାଜ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ୨ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଓ ଜଣେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।ସୂଚନାଯୋଗ୍ୟ ଯେ , ରାଜ୍ୟରେ ଆଜି ଏବେ ସୁଦ୍ଧା ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଦିନ ସକାଳ ସମୟରେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗଞ୍ଜାମ ଜିଲ୍ଲାର ଏବଂ ସେ କିଛି ଦିନ ତଳେ ସୁରଟରୁ ଫେରିଥିଲେ ବୋଲି ଜଣାପଡିଥିଲା । ତେବେ ଆଜି ମଧ୍ୟାହ୍ନ ସମୟରେ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ଯାଜପୁର ଓ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ତେବେ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ସଂକ୍ରମିତ ବୟସ ୪୮ ଏବଂ ସେ ପୁରୁଷ ବୋଲି ଜଣାପଡିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଘର ବାଲେଶ୍ୱର ଓ ତାଙ୍କ ବୟସ ୬୫ ବୋଲି ଜଣାପଡିଛି । ସେ ମଧ୍ୟ ପୁରୁଷ ବୋଲି ଝଣାପଡିଛି । ଉଭୟ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ସେମାନେ କିଛି ଦିନ ତଳେ ପଶ୍ଚିମବଙ୍ଗରୁ ପେରିଥିଲେ । ଏବଂ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ପରେ ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୭ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons