ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ବ୍ଲକ୍ରେ ଆଜି ୩ ଜଣ ଓ ଦଶରଥପୁର ବ୍ଲକ୍ରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତ କୋଲକାତା ଲିଙ୍କ୍ରେ ଛନ୍ଦି ହୋଇଛନ୍ତି । ପ୍ରଥମଥର ପାଇଁ ଯାଜପୁର ଜିଲ୍ଲାରେ କରୋନାର ଗୋÂୀ ସଂକ୍ରମଣର ସଂକେତ ଦେଖିବାକୁ ମିଳିଛି । କୋଲକାତାରୁ ଫେରିଥିବା ବାସୁଦେବପୁର ଓ ବିରଜାପୁର ଗ୍ରାମ ପଞ୍ଚାୟତର କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କଠାରୁ ନିଜ ପରିବାର ବର୍ଗଙ୍କୁ କରୋନା ଭୂତାଣୁ ସଂକ୍ରମଣର ପ୍ରମାଣ ମିଳିଛି । ଏହା ଯେ ସଂସ୍ପର୍ଶ ଜନିତ ଭୂତାଣୁ ସଂକ୍ରମଣ ତାହା ଆପାତତଃ ପ୍ରମାଣିତ । ପୂର୍ବରୁ କେବଳ କୋଲକାତାରୁ ଫେରୁଥିବା ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଠାବ କରାଯାଇଥିଲା । ଏବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କଠାରେ କରୋନା ଭୂତାଣୁ ଠାବ ହୋଇଥିବାରୁ, ସମ୍ପୃକ୍ତ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସହସ୍ରାଧିକ ବ୍ୟକ୍ତି କରୋନା ଗୋÂୀ ସଂକ୍ରମଣ ଶୃଂଖଳରେ ଛନ୍ଦି ହେବାକୁ ଯାଉଛନ୍ତି ।
ବାସୁଦେବପୁର ଗ୍ରାମ ପଂଚାୟତରେ ଚଳିତ ମାସ ୨୦ ତାରିଖରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆଜି ସେମାନଙ୍କ ପରିବାର ସଦସ୍ୟଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଆଜି ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ କିଛିଦିନ ତଳେ ମାର୍କଣ୍ଡପୁର ସ୍ଥିତ ୟୁକୋ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯାଇଥିଲେ । ଏହି ବାବୁ ଜଣକ ସ୍ଥାନୀୟ ହାଟକୁ ମଧ୍ୟ ଯାଇଥିବାର ସୂଚନା ମିଳିଛି । ସେଠାରେ ସମବେତ ହୋଇଥିବା ଶତାଧିକ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଏହି ବୃଦ୍ଧ ବ୍ୟକ୍ତି ଆସିଛନ୍ତି । କରୋନା ଆକ୍ରାନ୍ତଙ୍କ ପରିବାରରୁ ଜଣେ ବ୍ୟକ୍ତି ୨୦ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟୁ୍ୟସନ୍ କରିଥିବାର ପ୍ରଶାସନ ତଥ୍ୟ ସଂଗ୍ରହ କରିଛି । ନିଜ ଗ୍ରାମର ବହୁ ବ୍ୟକ୍ତିଙ୍କୁ ସଦ୍ୟ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ବେଲପଣା ବଣ୍ଟନ କରିଥିବାର ପ୍ରଶାସନ ଜାଣିବାକୁ ପାଇଛି । କେବଳ ବାସୁଦେବପୁର କରୋନା ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ସ୍ଥାନୀୟ ଅଂଚଳର ୫ ଶହରୁ ଅଧିକ ବ୍ୟକ୍ତି ଆସିଥିବାର ଆଶଙ୍କା ପ୍ରକାଶ ପାଇଛି ।
କୋଲାକାତାରୁ ଫେରିଥିବା ଓ ସଂଗରୋଧ ଅବସ୍ଥାରେ ରହିଥିବା କେତେକ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ଏ ଯାବତ୍ ପ୍ରଶାସନର ହସ୍ତଗତ ହୋଇ ନାହିଁ । ରିପୋର୍ଟ ହସ୍ତଗତ ହେବା ପରେ ସେମାନଙ୍କ ପରିବାରବର୍ଗଙ୍କ ପରୀକ୍ଷା କରାଯାଇପାରେ । କୋଲାକାତା ଫେରନ୍ତା କରୋନା ସଂକ୍ରମିତ ଗୋÂୀ ସଂକ୍ରମଣର କାରଣ ସାଜିଥିବାରୁ ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ, କୋରେଇ, ରସୁଲପୁର ଓ ଧର୍ମଶାଳା ବ୍ଲକ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ପ୍ରଶାସନର ପ୍ରାଥମିକ ଆକଳନରୁ ଜଣା ପଡ଼ିଛି ଯେ, ଯାଜପୁର ବ୍ଲକ୍ରେ କୋଲକାତା ଫେରନ୍ତାଙ୍କ ସଂଖ୍ୟା ୧୫୦୦ରୁ ଅଧିକ ହେବ । ଏମାନଙ୍କ ମଧ୍ୟରୁ ୭୦୦ ପାଖାପାଖି ଫେରିଛନ୍ତି ଓ ଅବଶିଷ୍ଟ ଫେରିବା ଅପେକ୍ଷାରେ ଅଛନ୍ତି । ଦଶରଥପୁର ବ୍ଲକ୍ରେ କୋଲକାତା ଫେରନ୍ତାଙ୍କ ସଂଖ୍ୟା ହଜାରେକୁ ଟପିବ ।ଦଶରଥପୁରରେ ଏବେ ସୁଦ୍ଧା ୪୦୦ରୁ ଅଧିକ କୋଲକାତା ଫେରନ୍ତା ପହଞ୍ଚି ସାରିଛନ୍ତି । ବିଂଝାରପୁର, ବରୀ, ରସୁଲପୁର ଓ କୋରେଇରେ କୋଲାକାତା ଫେରନ୍ତା ୫୦୦କୁ ଟପିଯିବ । ଧର୍ମଶାଳା ବ୍ଲକରେ ବି ଶତାଧିକ କୋଲକାତା ଫେରନ୍ତା ନିଜ ଅଂଚଳରେ ଆସି ପହଞ୍ଚିଛନ୍ତି । ଏତେ ସଂଖ୍ୟକ କୋଲକାତା ଫେରନ୍ତାଙ୍କୁ ପ୍ରଶାସନ ଠାବ କରି ପାରି ନଥିବାର ଜଣା ପଡ଼ିଛି । ଯେତେକ ଠାବ ହୋଇଛନ୍ତି ସେମାନେ ନିଜ ଘରେ ସଂଗରୋଧ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ଦ୍ୱାରା ପ୍ରଣୀତ ସଂଗରୋଧ ନିୟମକୁ କରୋନା ସଂକ୍ରମିତ ଭଙ୍ଗ କରି ଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ବାସୁଦେବପୁର ଓ ବିରଜାପୁର ଗ୍ରାମର କରୋନା ସଂକ୍ରମିତ ନିଜ ଘରେ ସଂଗରୋଧ ଅବସ୍ଥାରେ ରହିଥିଲେ ବି ପରିବାର ସହିତ ମିଳାମିଶା କରିଥିବାରୁ ତାଙ୍କ ପରିବାର ବର୍ଗଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିଛି । ଗୋÂୀ ସଂକ୍ରମଣ ଦାଉରୁ ବଂଚିବା ପାଇଁ ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷ ସତର୍କତା ଅବଲମ୍ବନ କରି ସଂଗରୋଧ ଅବସ୍ଥାନ କରିବା ଆବଶ୍ୟକ । ଗୋÂୀ ସଂକ୍ରମଣକୁ ରୋକି ନ ପାରିଲେ, ଆଗାମୀ ଦିନରେ କରୋନା ଭୟଙ୍କର ରୂପ ନେବା ନିଶ୍ଚିତ ବୋଲି ପ୍ରଶାସନ ଆଶଙ୍କା କରୁଛି ।
Comments are closed, but trackbacks and pingbacks are open.