ଯାଞ୍ଚ ପାଇଁ ଅଟକିଲାନି ବସ୍

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଛତିଶଗଡ଼ରୁ ଆସୁଥିବା ନାଇଟ୍ କୋଚ୍ ସ୍କ୍ରିନିଂ ନିଦେ୍ର୍ଧଶକୁ ଅବମାନନା କରିଛନ୍ତି ବସ୍ କର୍ମଚାରୀ । ଆଜି ଗୋଟିଏ ହେଲେ ବସ୍ ଯାଞ୍ଚ ଲାଗି ଅଟକି ନଥିଲା । ସ୍ୱାସ୍ଥ୍ୟ କର୍ମଚାରୀମାନେ ୨ଟି ବସ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବି ଡ୍ରାଇଭର ଗାଡ଼ି ରଖିନଥିଲେ । ଫଳରେ ପ୍ରଥମ ଦିନ ଉଦ୍ୟମ ଫସର ଫାଟିଥିଲା । ଉପଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି, ପୁଲିସ ଉପସ୍ଥିତିରେ ବସ୍ ଯାଞ୍ଚ କରାଯିବ । ଖିଲାପ କଲେ ମାଲିକ ଏବଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ।
ପଡୋଶୀ ଛତିଶଗଡ଼ରେ ଦୈନିକ ନୂଆ ରେକର୍ଡ କରୁଛି ମହାମାରୀ । ରାତିରେ ଛତିଶଗଡ଼ରୁ ଆସୁଥିବା ଯାତ୍ରୀଙ୍କ ସ୍କି୍ରନିଂ ଲାଗି ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଛି । ଭିଲାଇ, ଦୁର୍ଗ, ରାୟପୁର ଏବଂ ଜଦଗଲପୁର ଦେଇ ସହରରକୁ ଆସୁଥିବା ନାଇଟ୍ କୋଚ୍ ବସ୍ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ଦିନ ଅତି କମ୍ରେ ୨ଟି ବସ୍ର ଯାତ୍ରୀଙ୍କ ସ୍କ୍ରିନିଂ ଲାଗି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ମୁତାବକ ଆଜି ଭୋର ସାଢେ ୫ରୁ ସ୍ଥାନୀୟ ଜିଲ୍ଲା ହସପିଟାଲ୍ କର୍ମଚାରୀ ଏନଏଚ୍ରେ ଜଗିଥିଲେ । ଗୋଟିଏ ଟିମ୍ ଡିଏଚଏଚ୍ ଆଗ ରାସ୍ତାରେ ଥିବା ବେଳେ ଅନ୍ୟମାନେ ସ୍କି୍ରନିଂ ଲାଗି ପରିସରରେ ଥିଲେ । ପୂର୍ବାହ୍ନ ୮ଟା ସୁଦ୍ଧା ୨ଟି ନାଇଟ୍ କୋଚ୍ ବସ୍ ଆସିଥିଲା । ଡିଏଚଏଚ୍ କର୍ମଚାରୀମାନେ ବସ୍ ଅଟକାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ବସ୍ ୨ଟି ନରହି ଦ୍ରୁତ ଗତିରେ ସହର ଅଭିମୁଖେ ଚାଲିଯାଇଥିଲେ । ନିରାଶ ହୋଇ କର୍ମଚାରୀମାନେ ବାହୁଡ଼ିଥିଲେ ।
ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି, ସହର ଅଭିମୁଖେ ଛତିଶଗଡ଼ରୁ ଆସୁଥିବା ରାତ୍ରୀକାଳୀନ ଏକ୍ସପ୍ରେସ୍ ଗୁଡ଼ିକର ଯାଞ୍ଚ ଲାଗି ନିଷ୍ପତ୍ତି ନିଆଯାଇଛି । ସହରରେ ପଶିବା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବା ଲାଗି ନିଦେ୍ର୍ଧଶ ଦିଆଯାଇଛି । ଅତି କମ୍ରେ ୨ଟି ବସ୍ ଯାଞ୍ଚ ଲାଗି କୁହାଯାଇଛି । ବସ୍ରେ ଥିବା ଯାତ୍ରୀ ଏବଂ କର୍ମଚାରୀ ଠିକ୍ରେ ମାସ୍କ ପିନ୍ଧି ନଥିଲେ ମାଲିକ ଏବଂ କର୍ମଚାରୀ ଦାୟୀ ରହିବେ । ଯାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ରିପୋର୍ଟ ପଜିଟିଭ୍ ଆସିଲେ ଆଇସୋଲେସନରେ ରଖାଯିବ । ନେଗେଟିଭ୍ ଆସିଲେ ଯାତ୍ରୀ ଘରକୁ ଯାଇପାରିବେ । ଆଜି ୨ଟି ବସ୍କୁ ସ୍ୱାସ୍ଥ୍ୟ କର୍ମଚାରୀ ଅଟକାଇବା ପରେ ରହିନଥିଲା । ଏ ସମ୍ପର୍କରେ ବସ୍ କର୍ମଚାରୀ ସହ ପୁଲିସକୁ ଅବଗତ କରାଯାଇଛି । ବୁଧବାରୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ପୁଲିସ ଉପସ୍ଥିତ ରହିବେ । ଯେଉଁ ବସ୍ ଆଇନ ନମାନିବେ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons