
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): କରୋନା ରୋକିବାକୁ ଯାନବାହାନ ଯାଞ୍ଚକୁ କଡାକଡି କରାଯାଇଛି । ଆଜି ଆଞ୍ଚଳିକ ପରିବହନ ସଂସ୍ଥା ଓ ପୁଲିସ୍ ମିଳିତ ଭାବେ ଯାଞ୍ଚ କରିଥିଲେ । ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଇ ୮୦ ଜଣଙ୍କ ଚାଲାଣ କଟାଯାଇଥିଲା । ଜରିମାନା ବାବଦରେ ଆଦାୟ କରାଯାଇଥିଲା ୩ ଲକ୍ଷ ୭୫ ହଜାର ଟଙ୍କା । ସେହିପରି ଟାଉନ ଓ ସଦର ପୁଲିସ୍ ପକ୍ଷରୁ ୪୬ ଜଣଙ୍କ ଚାଲାଣ କଟାଯାଇ ୪୬ ହଜାର ଟଙ୍କା ଆଦାୟ କରାଯାଇଥିଲା । ମଦ ପିଇ ଗାଡ଼ି ଚଳାଉଥିବା ୨ ଜଣଙ୍କ ବିରୋଧରେ ଆଇନଅନୁସାରେ କାର୍ଯ୍ୟାନୁÂାନ ନିଆଯାଇଥିଲା । ଜଣେ ନାବାଳକ ଡ୍ରାଇଭରକୁ ଧରିବା ସହ ଗାଡିକୁ ଅଟକ ରଖିଛି ପୁଲିସ୍ । ନିୟମ ଭାଙ୍ଗିଥିବା ଅଭିଯୋଗରେ ୧୦ ଜଣଙ୍କ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଧ କରିଛି ପରିବହନ ବିଭାଗ । ଯାଞ୍ଚ ସମୟରେ ଏସ୍ଡିପିଓ ଅରୂପ ଅଭିଶେକ ବେହେରା, ସହାୟକ ପରିବହନ ଅଧିକାରୀ ତପନ ବେ;ୀ, ଏମ୍ଭିଆଇ ବି. ନାଗଭୂଷଣ ରାଓଙ୍କ ସହ ସଦର ଓ ଟାଉନ୍ ପୁଲିସ୍ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.