ଯାହା ସିବିଆଇ କରିପାରିନଥିଲା, ଓଡ଼ିଶା ପୋଲିସ କରି ଦେଖାଇଲା:୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅପରେସନ ସାଇଲେଣ୍ଟ ଭାଇପରକୁ ବଡ଼ ସଫଳତା । ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୀର୍ଘ ୨୨ ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ପାତାଳରୁ ଖୋଜି ବାହାର କରିଛୁ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏ ବାବଦରେ ପ୍ରେସମିଟରେ ପୁରା ସୂଚନା ଦେଇଛନ୍ତି ପୋଲିସ କମିଶନର । ୨୨ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗରେ କାର ଭିତରେ ହୋଇଥିବା ଏକ ବିଭତ୍ସ ଗଣଦୁଷ୍କର୍ମ ଘଟଣା ପୁରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଫେରାର ହୋଇଯାଇଥିଲା । ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇକୁ ତଦନ୍ତର ନିଦେ୍ର୍ଧଶ ଦେଇଥିଲେ କୋର୍ଟ । ତେବେ ଅନେକ ଚେଷ୍ଟା ସତ୍ତେ୍ୱ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା ସିବିଆଇ । ଏପରିକି ବିବନ ବିଶ୍ୱାଳ ମୃତୁ୍ୟବରଣ କରିଥିବା ନେଇ ମଧ୍ୟ ଏକ ଉଡା ଖବର ଆସିଥିଲା । ତେବେ ଏହି ଘଟଣାରେ ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଛି କମିଶନରେଟ ପୋଲିସ । ଆଉ ଏଥିପାଇଁ ଗତ ୩ ମାସ ତଳୁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ଅପରେସନ ସାଇଲେଣ୍ଟ ଭାଇପର ବା ନିରବ ବୋଡାସାପ । ୪ ଜଣ ପୋଲିସ କର୍ମଚାରୀଙ୍କ ସହାୟତାରେ ଅରମ୍ଭ ହୋଇଥିଲା ଏହି ଅପରେସନ । ଆଉ ଏହି ଅପରେସନ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ମୁମ୍ବାଇରେ ରହୁଥିବା ଜାଣିବାକୁ ପାଇଥିଲା କମିଶନରେଟ ପୋଲିସ । କେବଳ ମୁମ୍ବାଇରେ ରହୁନଥିଲା ବରଂ ସେଠାରେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲା ବିବନ । ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ସହ ନୂଆ ପରିଚୟ ଜଳନ୍ଧର ସ୍ୱାଇଁ ଭାବେ ଆମ୍ବି ଭାଲିରେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ମୁଖ୍ୟ ଅଭିଯୁକ୍ତ । ଆଉ ଏକଥା ଜଣାପଡିବା ପରେ ମୁମ୍ବାଇ ପୋଲିସ ସହାୟତାରେ ଘଟଣରାସ୍ଥଳକୁ ଯାଇଥିଲା । କମିଶନରେଟ ପୋଲିସର ଟିମ୍ । ଆଉ ସେଠାରେ ଜଳନ୍ଧର ସ୍ୱାଇଁ ଓରଫ ବିବନ ବିଶ୍ୱାଳଙ୍କୁ ଠାବ କରିଥିଲା । ପୋଲିସ । ତେବେ ପୋଲିସକୁ ଦେଖି ଜଳନ୍ଧର ଦୌଡିବା ପରେ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା ଓଡ଼ିଶା ପୋଲିସର ଟିମ୍ । ଆଉ ଏହାସହ ଅନେକ ଗୁଡିଏ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ବିବନ ଓଡ଼ିଶାରେ ଥିବା ପରିବାର ସହ ଲଗାତାର ସମ୍ପର୍କରେ ରହୁଥିବା ବେଳେ ଓଡ଼ିଶା ମଧ୍ୟ ଆସିଥିବା କହିଛି ପୋଲିସ । ଆଉ ଏସବୁ ଭିତରେ ନିଜର ମୃତୁ୍ୟ ସାର୍ଟିଫିକେଟ ବାହାର କରିବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲା ବିବନ ବିଶ୍ୱାଳ । କିନ୍ତୁ ଏଥିରେ ସଫଳ ହେବା ପୂର୍ବରୁ ବିବନଙ୍କୁ ଧରିଥିଲା ପୋଲିସ । ତେବେ ଏନେଇ ପୋଲିସ କମିଶନର କହିଛନ୍ତି ସିବିଆଇ ଯାହା କରିପାରିନଥିଲା । ତାହା ଓଡ଼ିଶା ପୋଲିସ କରି ଦେଖାଇଛି । ଆମ ପାଖରେ ସମ୍ବଳ କମ ଥାଇପାରେ କିନ୍ତୁ ବୁଦ୍ଧିମତାରେ ଆମେ ଆଗରେ ବୋଲି କହିଛନ୍ତି ସୁଧାଂଶୁ ଷଡଙ୍ଗୀ । ଏହାସହ ଖୁବଶୀଘ୍ର ବିବନକୁ ସିବିଆଇକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ । ତେବେ ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରି ଏବେ ଓଡ଼ିଶା ପୋଲିସ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।
ସୂଚନାଯୋଗ୍ୟ, ଅଞ୍ଜନା ମିଶ୍ର ଗଣଦୁଷ୍କ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିଲା ଏକ ବହୁ ଚର୍ଚ୍ଚିତ ଅପରାଧିକ ମାମଲା । ଅଞ୍ଜନା ମିଶ୍ର ୯ ଜାନୁଆରୀ ୧୯୯୯ ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଦୁଃଖଦ ଘଟଣା ତକ୍ରାଳୀନ ଓଡ଼ିଶାରେ ରାନୈତିକ ହଇଚଇ ସୃଷ୍ଟି କରିଥିଲା । ଏପରିକି, ଉକ୍ତ ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତକ୍ରାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁଣ୍ଣଁ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଆସନ ହରାଇବାକୁ ପଡିଲା । ପରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons