ଯୁକ୍ତ ଦୁଇ କଳାରେ ୮୯.୪୯% ପାସ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ୮୯.୪୯ ପ୍ରତିଶତ ପାସ୍ ହାର ରହିଛି । ରେଗୁଲାରରେ ପାସ୍ ହାର ୯୮.୫୮% ଥିବାବେଳେ ଏକ୍ସ ରେଗୁଲାରରେ ୨୬% ରହିଛି । ୮୫.୯୮ % ପୁଅ ପାସ୍ କରିଥିବା ବେଳେ ୯୨.୩୪% ଝିଅ ପାସ୍ କରି ଆଗରେ ରହିଛନ୍ତି । ସେହିପରି ବାଲେଶ୍ୱରରେ ସର୍ବାଧିକ ୯୫.୨୯%, କୋରାପୁଟରେ ସର୍ବନିମ୍ନ ୮୧.୨୩ ପାସ୍ କରିଛନ୍ତି । ଧନ୍ଦାମୂଳକରେ ୮୬ .୦୨ ପ୍ରତିଶତ ପାସ୍ କରିଛନ୍ତି । ତେବେ କୌଣସି ଛାତ୍ରଛାତ୍ରୀଙ୍କ ଫଳରେ କୌଣସି ତ୍ରୁଟି ଥିଲେ ଆସନ୍ତା ୨୩ ସୁଦ୍ଧା ନିଜ କଲେଜ ଅଧ୍ୟକ୍ଷଙ୍କ ନିକଟରେ ପ୍ରମାଣପତ୍ର ସହ ଅଭିଯୋଗ କରିପାରିବେ । ଅଭିଯୋଗରେ ସତ୍ୟତା ଥିଲେ ମାର୍କ ସିଟ୍ ଓ ଅନ୍ୟ ପ୍ରମାଣପତ୍ରଗୁଡିକୁ ଆଟେଷ୍ଟେଡ୍ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ୨୪ ତାରିଖ ସୁଦ୍ଧା ଅଧ୍ୟକ୍ଷ ଇମେଲ୍ କରିବେ । ଯେଉଁ ପିଲା ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ କିମ୍ବା ଯେଉଁ ଏକ୍ସ ରେଗୁଲାର୍ ପିଲା କୌଣସି ପରୀକ୍ଷା ଦେଇନାହାନ୍ତି, ସେମାନେ ଅଫଲାଇନ୍ ମୋଡରେ ପରୀକ୍ଷା ଦେଇପାରିବେ । ତାଙ୍କ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ପରିଷଦ କାର୍ଯ୍ୟାଳୟରେ ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମନ୍ତ୍ରୀ ଶ୍ରୀ ଦାଶ ଘାଷଣା କରିଥିଲେ । ଛାତ୍ରଛାତ୍ରୀମାନେ କ୍ଟrସଗ୍ଦଗ୍ଦବrରଗ୍ଦଙ୍କକ୍ଷଗ୍ଧଗ୍ଦ. ଦ୍ଭସମ. ସଦ୍ଭରେ ସେମାନଙ୍କ ଫଳ ପାଇପାରିବେ । ଚଳିତ ବର୍ଷ କଳାରେ ମୋଟ ୨ଲକ୍ଷ ୨୦ ହଜାର ୨୦୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୯,୩୬୩ ଜଣ ରେଗୁଲାର ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପାସ୍ କରିଛନ୍ତି । ସେହିପରି ଏr-ରେଗୁଲାର୍ରେ ୨୬,୧୮୯ ଜଣଙ୍କ ମଧ୍ୟରୁ ୬,୯୪୩ ଜଣ ପାସ୍ କରିଥିବା ବେଳେ କରେସପଣ୍ଡେନ୍ସ୍ରେ ୪,୫୨୯ ଜଣଙ୍କ ମଧ୍ୟରୁ ୩,୩୩୧ ଜଣ ପାସ୍ କରିଛନ୍ତି । ୮୪ ହଜାର ୯୦୦ ଛାତ୍ର ଓ ୧ ଲକ୍ଷ ୧୨ ହଜାର ୫୯ ଜଣ ଛାତ୍ରୀ ପାସ୍ କରିଛନ୍ତି । ୩୦ ହଜାର ୬୮୫ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୬ ହଜାର ୫୬୩ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ୧ ଲକ୍ଷ ୧୯ ହଜାର ୫୦୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।
ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬,୧୯୭ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୩୧ ଜଣ ପାସ୍ କରିଛନ୍ତି । ଅର୍ଥାତ୍ ଧନ୍ଦାମୂଳକ ଶିକ୍ଷାରେ ମାଟ ପାସ୍ ହାର ୮୬.୦୨% ରହିଛି । ୪,୯୨୦ ଜଣ ରେଗୁଲାରରୁ ୪,୮୭୯ ଜଣ ପାସ୍ କରିଥିବା ବେଳେ ଏr-ରେଗୁଲାରରେ ୧, ୨୭୭ ଜଣଙ୍କରୁ ୪୫୨ ଜଣ ପାସ୍ କରିଛନ୍ତି । ଏଥି ମଧ୍ୟରୁ ୨, ୭୧୭ ଜଣ ଛାତ୍ର ହୋଇଥିବା ବେଳେ ୨,୬୧୪ ଜଣ ଛାତ୍ରୀ । ଛାତ୍ରଙ୍କ ପାସ୍ ହାର ୮୩.୮୫% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୮.୪% ରହିଛି । ୧,୦୭୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୮୩୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨,୨୧୯ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଏହି ଫଳ ପ୍ରକାଶ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସାହୁ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ, ସଚିବ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons