ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ପରେ ହେବ ଯୁକ୍ତ ଦୁଇ ସ୍ଥଗିତ ପରୀକ୍ଷା । ଲକ୍ଡାଉନ୍ ଯୋଗୁଁ ଯୁକ୍ତ ଦୁଇର ଯେଉଁ ପରୀକ୍ଷାଗୁଡିକ ସ୍ଥଗିତ ହୋଇଥିଲା, ସେଗୁଡ଼ିକ ଲକ୍ଡାଉନ୍ ଖୋଲିବା ପରେ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା ହେବ । ଲକ୍ଡାଉନ୍ ଖୋଲିବା ପରେ ସରକାରଙ୍କ ନିଦେ୍ର୍ଧଶକୁ ଅପେକ୍ଷା କରାଯାଇଛି । ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଗତକାଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ)ର ଅବଶିଷ୍ଟ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଅନୁସରଣ କରି ଓଡ଼ିଶା ସମେତ ଅନ୍ୟ ରାଜ୍ୟ ବୋଡର଼୍ଗୁଡିକ ମଧ୍ୟ ସ୍ଥଗିତ ଥିବା ପରୀକ୍ଷା କରିବା ପାଇଁ ଚିନ୍ତା କରିଛନ୍ତି । ଓଡ଼ିଶାରେ ମଧ୍ୟ ବାକି ଥିବା ପରୀକ୍ଷାଗୁଡ଼ଡିକୁ ସାମାଜିକ ଦୁରତ୍ୱରେ କରିବାକୁ ନିଷ୍ପତ୍ତି ନେଇଛୁ । କିଛି କଲେଜକୁ ସଙ୍ଗରୋଧ କେନ୍ଦ୍ର ବା କ୍ୱାରେଣ୍ଟାଇନ୍ ସେଣ୍ଟର୍ କରାଯାଇଥିବାରୁ, ସେଗୁଡ଼ିକୁ ବିଚାର କରି କେନ୍ଦ୍ର ବାବଦରେ ନିଷ୍ପତ୍ତି ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଅପରପକ୍ଷେ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡ. ସାନ୍ୟମ୍ ଭରଦ୍ୱାଜ କହିଛନ୍ତି, ଚଳିତ ମାସ ୧ ତାରିଖରେ ସିବିଏସ୍ଇ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଥିଲା । ସେଥିରେ ୨୯ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ସିବିଏସ୍ଇ ତା’ର ନିଷ୍ପତ୍ତିରେ ଅଟଳ ରହିଛି । ପରୀକ୍ଷା ଅନୁÂିତ ହେବାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସୂଚିତ କରାଯିବ ବୋଲି ଡ. ଭରଦ୍ୱାଜ କହିଛନ୍ତି । ଦଶମ ଓ ଦ୍ୱାଦଶ ପରୀକ୍ଷା ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ଲକ୍ଡାଉନ୍ ଖୋଲିବା ପରେ ନିଆଯିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତକାଲି ୨୨ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ୧୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ସଚିବଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ନିଶଙ୍କ ଯଥା ଶୀଘ୍ର ମୂଲ୍ୟାୟନ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଓଡ଼ିଶାର ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମରେ ବାତିଲ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା ଖବର ପ୍ରକାଶ ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଥିଲା । ହେଲେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଏହାକୁ ଖଣ୍ଡନ କରିଥିଲେ । ପରୀକ୍ଷା ବାତିଲ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି କହିଥିଲେ । ପରୀକ୍ଷା ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଭ୍ରମାତ୍ମକ ଖବର ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଅଡୁଆରେ ପକାଇବ । ସେମାନେ ପାଠପଢ଼ା ଛାଡ଼ିଦେବେ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
ସିବିଏସ୍ଇ ଆଞ୍ଚଳିକ ନିଦେ୍ର୍ଧଶକ ଟି. ମୋଟେ କହିଛନ୍ତି, ସିବିଏସ୍ଇ ସ୍ଥଗିତ ଥିବା ପରୀକ୍ଷା କରିବ । ତାରିଖ ଧାର୍ଯ୍ୟର ୧୦ଦିନ ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ । ମାର୍ଚ୍ଚ ୨୦ରେ ଦଶମ ଓ ମାର୍ଚ୍ଚ ୩୦ରେ ଦ୍ୱାଦଶ ପରୀକ୍ଷା ସରିବାର ଥିଲା ।
Comments are closed, but trackbacks and pingbacks are open.