ଯୁବକଙ୍କୁ ଆକ୍ରମଣ:୪୫ ଗ୍ରାମ୍ ସୁନା ଓ ୭୦ ହଜାର ଟଙ୍କା ଲୁଟ୍

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ଯୁବକଙ୍କୁ ଆକ୍ରମଣ କରି ୪୫ ଗ୍ରାମ ସୁନା ଅଳଙ୍କାର ଓ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଅଭିଯୁକ୍ତମାନେ ଗୋଳନ୍ଥରା ଥାନା ଅଞ୍ଚଳରେ ତୁଳୁ ଗ୍ରାମର ଅମିତ କୁମାର ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି । ଅମିତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି ରାତି ୯ଟା ୩୦ରେ ନାକାରାମରେ ଥିବା ସାଙ୍ଗ ଘରୁ ଫେରୁଥିଲେ । ଗାଁ ନିକଟରେ କିଛି ଯୁବକ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ସେ ଅଚେତ ହୋଇଯିବା ପରେ ୨୫ ଗ୍ରାମ୍ ସୁନା ଚେନ୍, ୨୦ ଗ୍ରାମ୍ର ସୁନା ବ୍ରେସ୍ଲେଟ୍ ଏବଂ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଥାନାରେ ଅଭିଯୋଗ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । କିଛି ଜଣାଶୁଣା ଲୋକ ଏହି ଆକ୍ରମଣ କରିବା ସହ ଲୁଟ୍ କରିଥିବା ଓ ସେମାନଙ୍କୁ ଅମିତ୍ ଚିହ୍ନିଛନ୍ତି ବୋଲି ପୁଲିସରେ ଜଣାଇଛନ୍ତି । ଅଭିଯୁକ୍ତଙ୍କ ନାମ ଏଫ୍ଆଇଆର୍ରେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons