ଯୁବକଙ୍କୁ ଉଠାଇ ନେଲାବେଳେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଆଜି ନୟାଗଡ଼ ସଦର ଥାନା ପୁଲିସ ଯଦୁପୁର ଗ୍ରାମର ଜଣେ ଯୁବକଙ୍କୁ ଉଠାଇ ନେବାବେଳେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଫଳରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଲୋକଙ୍କ ବିରୋଧ ଯୋଗୁଁ ପୁଲିସ ଯୁବକଙ୍କୁ ନେଇ ନପାରି ଖାଲି ହାତରେ ଫେରିଥିଲା । ଏହି ଘଟଣା ପରେ ଗ୍ରାମବାସୀ ସଦର ଥାନା ପୁଲିସକୁ ଯଦୁପୁର ବାରଣ କରିଛନ୍ତି । ପୁଲିସ ଯେପରି ଗ୍ରାମ ଭିତରେ ପ୍ରବେଶ କରି ପାରିବ ନାହିଁ ସେଥିପାଇଁ ପ୍ରବେଶ ରାସ୍ତାକୁ ବାଉଁଶ ବାନ୍ଧି ଗ୍ରାମବାସୀ ଜଗି ରହିଥିଲେ । ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି)ର ଅନୁରୋଧ କ୍ରବେ ଗ୍ରାମବାସୀ ବାଉଁଶ ଖୋଲିଥିଲେ ।
ପରୀ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ଧରିବାରେ ସଦର ପୁଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିବା ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଥିଲା । ପରୀ ହତ୍ୟା ମାମଲାରେ ସଦର ପୁଲିସ ପଙ୍ଗୁ ହେବା ପରେ ସରକାର ଏସ୍ଆଇଟି ଦ୍ୱାରା ତଦନ୍ତ ଚଳାଇଛନ୍ତି । ପରୀ ଘଟଣାରୁ ସଦର ଥାନା ପୁଲିସ ଉପରୁ ଗ୍ରାମବାସୀଙ୍କ ବିଶ୍ୱାସ ତୁଟି ଯାଇଛି । ତେଣୁ ତଦନ୍ତରେ ସଦର ପୁଲିସର ହସ୍ତକ୍ଷେପକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା । ଗତକାଲି ରାତିରେ ସଦର ଥାନା ପୁଲିସ୍ ଯଦୁପୁର ଭୋଇ(ହରିଜନ)ସାହିରେ ପ୍ରବେଶ କରି ୩ଜଣଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲା । ୩ ବ୍ୟକ୍ତି ସଦର ଥାନା ପୁଲିସକୁ ବିରୋଧ କରି ଥାନାକୁ ଯାଇ ନଥିଲେ । ଆଜି ସକାଳୁ ସଦର ଥାନା ପୁଲିସ ପୁଣି ଥରେ ଭୋଇ ସାହିରେ ପହଞ୍ଚô ମାନସ ନାହାକ(୨୫)ଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ସାହି ଲୋକଙ୍କ ବିରୋଧ ଯୋଗୁ ଫେରି ଯାଇଥିଲେ । ସଦର ପୁଲିସ ଥରକୁ ଥର ସାହିରେ ପଶି ନିରପରାଧୀ ଲୋକଙ୍କୁ ଉଠାଇ ନେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରି ଗାଁ’ର ପ୍ରବେଶ ରାସ୍ତାକୁ ବାଉଁଶ ବାଡ଼ କରି ବନ୍ଦ କରି ଦେଇଥିଲେ । ଏସ୍ଆଇଟି ଟିମ୍ର ବୁଝାସୁଝା ପରେ ଗାଁ’ଦାଣ୍ଡରୁ ବାଉଁଶ ଫିଟା ଯାଇଥିଲା । ହେଲେ ଆଜିଠାରୁ ସଦର ଥାନା ପୁଲିସ୍ଙ୍କୁ ଯଦୁପୁର ଗାଁ ବାରଣ କରାଯାଇଛି ।
ସଦର ପୁଲିସ ପ୍ରତି ଯଦୁପୁର ବାସିନ୍ଦାଙ୍କ ଅସନ୍ତୋଷକୁ ଲକ୍ଷ୍ୟ କରି ଏସ୍ଆଇଟି ଟିମ୍ ସଦର ଥାନାର ଅଧିକାରୀଙ୍କୁ ତଦନ୍ତରେ ସାମିଲ ହେବାକୁ ବାରଣ କରିଛନ୍ତି । ତେବେ ଏସ୍ଆଇଟି ଟିମ୍କୁ ତଦନ୍ତରେ ସହଯୋଗ କରିଛନ୍ତି ଯଦୁପୁର ଗ୍ରାମବାସୀ । ଏସ୍ଆଇଟି ଟିମ୍ ଗ୍ରାମର ଭୋଇ ସାହି ଓ ଚଷା ସାହିକୁ ଯାଇ ସେମାନଙ୍କ ତଦନ୍ତ ଚଳାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons