ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅ%ୀନ ଈଶ୍ୱରପୁର ଅଞ୍ଚଳରେ ଜଣେ ଯୁବକଙ୍କ ଉପରେ ଗାଡ଼ି ମଡ଼ାଇବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଶନିବାର ରାତି ୭ଟା ବେଳେ ଓଡି-୦୧ଟି-୮୯୭୭ ନଂ ବିଶିଷ୍ଟ ଏକ ବୋଲରୋ ଗାଡ଼ିରେ ୪ଜଣ ଯୁବକ ଆସି ଈଶ୍ୱରପୁର ହାଇସ୍କୁଲ ପଡ଼ିଆରେ ବସିଥିବା ସେହି ଅଞ୍ଚଳର ଗୁରୁପ୍ରସାଦ ମହାନ୍ତିଙ୍କ ପୁଅ ସୁଦର୍ଶନ ଓରଫ ନାଗା ଉପରେ ମଡ଼ାଇ ଦେଇଥିଲେ । ଏହାପରେ ଗାଡ଼ିରୁ ଯୁବକମାନେ ଓହ୍ଲାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦର୍ଶନ ଚିକ୍ରାର କରିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୀମେଇ ଅଞ୍ଚଳର ଦିବାକର ମଲ୍ଲିକଙ୍କୁ କାବୁ କରିଥିବା ବେଳେ ୩ଜଣ ଫେରାର ହୋଇଯାଇଥିଲେ । ତତ୍ସହିତ ବୋଲେରୋଟିକୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକେ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ । ଗାଡ଼ି ଭିତରେ ମାରଣାସ୍ତ୍ର ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଗୁରୁତର ସୁଦର୍ଶନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କିଛି ଦିନ ପୂର୍ବରୁ ଭୀମେଇ ଅଞ୍ଚଳର ଜଣେ ଯୁବକ ବାହାର ରାଜ୍ୟରେ ଚୋରି କରିବା ପରେ ଜଣେ ଗିରଫ ହୋଇଥିଲେ । ପୁଲିସ ଇନ୍ଫର୍ମର ସନେ୍ଦହରେ ଏହି ଆକ୍ରମଣ ଘଟଣା ଘଟିଥିବା ସନେ୍ଦହ କରାଯାଉଛି । ଘଟଣା ଘଟିବା ପରେ ଦୀର୍ଘ ସମୟ %ରି ନୀଳଗିରି ପୁଲିସ ନପହଞ୍ଚିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଟକ ଯୁବକକୁ ଈଶ୍ୱରପୁର ଫାଣ୍ଡିରେ ରଖାଯାଇଛି ।
Comments are closed, but trackbacks and pingbacks are open.