ଭଦ୍ରକ,(ବି.ବି.ନୁ୍ୟଜ୍): ପୁଣି ସାମ୍ନାକୁ ଆସିଲା ପୋଲିସ ବର୍ବରତା । କିଛି ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ପାଟଣା ଥାାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନା ଭିତେର ଗଡ଼ାଇ ପିଟୁଥିବା ଭଡିଓ ଭାଇରାଲ ହୋଇଥିବା ବେଳେ ଏବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । ଏଥର କିନ୍ତୁ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡ଼ାଇ ପିଟୁଛନ୍ତି ୪ ଓ ୫ ଜଣ ପୋଲିସ କର୍ମୀ । ଏହି ଭିଡିଓ ଭାଇରାଲ ହେବା ପରେ ଜଣେ କନଷ୍ଟେବଳଙ୍କୁ ନିଳମ୍ବନ କରାଯାଇଥିବା ଭଦ୍ରକ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଥାନା ନିକଟ ରାସ୍ତାରେ ପୋଲିସର ଏପରି ବର୍ବର କାଣ୍ଡ ଦେଖିବାକୁ ମିଳିଥିଲା । ମାସ୍କ ପିନ୍ଧି ନଥିବାରୁ ପୋଲିସ ଦ୍ୱାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବ୍ୟକ୍ତି ଜଣକ । ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଲାଠି ପାହାର କରି ଚାଲିଥିଲେ । ବ୍ୟକ୍ତି ଜଣକ ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ବନ୍ତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହ ଭିଡିଓ ଭାଇରାଲ ହୋଇଥିବା ବେଳେ ଜଣେ ବ୍ୟକ୍ତି ଟ୍ୱିଟ୍ କରି ରଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଡିଜିପି ଓ ଭଦ୍ରକ ଏସ୍ପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହା ପରେ ଭଦ୍ରକ ଏସ୍ପି ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥବାବ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଭଦ୍ରକ ପୋଲିସ କେବଳ ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ଯାଇ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଛି ବୋଲି ଆଲୋଚନା ହେଉଛି । ପୋଲିସ ଲାଠି ମାଡ଼ ଖାଇ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ପୁରା ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି ।
Comments are closed, but trackbacks and pingbacks are open.