ନାକଟିଦେଉଳ,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗାଁ ରାସ୍ତାରେ ସଂଘବଦ୍ଧ ଭାବେ ଯୁବକଙ୍କୁ ଗୋଡେ଼ଇ ଗୋଡେ଼ଇ ଟାଙ୍ଗିଆରେ ହାଣି ଦିଆଯାଇଛି । ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଶାଳଣିଆ ଗ୍ରାମରେ । ମୃତକ ହେଲେ ଦୁଃଶାସନ ଦେହୁରୀ । ନାକଟିଦେଉଳ ପୁଲିସ୍ ହତ୍ୟା ଅଭିଯୋଗରେ ଗିରିଧାରୀ ମାଝୀ (୪୫), ଅଶୋକ ମାଝୀ (୧୯), ସଞ୍ଜୟ ଦେହୁରୀ (୪୦) ଓ ଅଶ୍ୱିନୀ ମାଝୀକୁ ଗିରଫ କରିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଯାଇଥିବା ପୁଲିସ୍ ଏକ ମାମଲା ରୁଜୁ କରିଛି । ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଇସ୍ମାଏଲ୍ ଏକ୍କା ପ୍ରକାଶ କରିଛନ୍ତି ।
ସୂଚନାନୁସାରେ ଦୁଃଶାସନ ଦେହୁରୀ ଅନେକ ସମୟରେ ଗ୍ରାମ ଲୋକ ଓ ନିଜ ସମ୍ମୁଖ ପଡେ଼ାଶୀ ଘର ଗିରିଧାରୀ ମାଝୀଙ୍କ ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାଫଳରେ ଦୁଃଶାସନ ଓ ଗିରିଧାରୀ ପରିବାର ଲୋକଙ୍କ ସହିତ ସବୁବେଳେ ଝଗଡ଼ା ଲାଗିରହୁଥିଲା । ଗତକାଲି ରାତି ଦୁଃଶାସନ ପୁଣି ଗିରିଧାରୀ ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଗିରିଧାରୀର ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଦୁଃଶାସନର ବେକକୁ ହାଣିଦେଇଥିଲେ । ଘଟଣାସ୍ଥଳରେ ଦୁଃଶାସନଙ୍କ ମୃତୁ୍ୟ ହୋଇଯାଇଥିଲା । ରାତିରେ ଖବର ପାଇ ନାକଟିଦେଉଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରି ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ଗିରିଧାରୀ, ଅଶୋକ, ସଞ୍ଜୟ ଓ ଅଶ୍ୱିନୀକୁ ଗିରଫ କରିଥିଲା । ଆଜି ସକାଳେ ରେଢ଼ାଖୋଲ ଏସ୍ଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, ଥାନାଧିକାରୀ ଇସ୍ମାଇଲ୍ ଏକ୍କା ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ଯାଞ୍ଚ କରିଥିଲେ ।
ସୂଚନା ଥାଉ ହତ୍ୟାକାଣ୍ଡର ଶିକାର ହୋଇଥିବା ଦୁଃଶାସନ ଦେହୁରୀ ଗତ ୨୦୧୩ ଜାନୁଆରୀରେ ପଲସାବୁରୀ ଗ୍ରାମର କୁଶ କିସାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲା ।
Comments are closed, but trackbacks and pingbacks are open.