ବିଶୋଇ,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମରେ ଜଣେ ଯୁବକଙ୍କୁ ନୃସଂଶ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ବଡ଼ମଣଦା ଗ୍ରାମର କୁଅଁର ନାଏକଙ୍କ ପୁଅ ଟିକାଚରଣ ନାଏକ (୩୨) । ଦୃବୃର୍ତ୍ତମାନେ ତାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଜାଣିବାକୁ ମିଳିଛି ।
ପ୍ରାପ୍ତ ଖବର ଅନୁସାରେ, ଟିକାଚରଣ ସମ୍ପର୍କୀୟ ମାମୁଁ ହିନ୍ଦୁ ନାଏକଙ୍କ ଘରେ ଏକୁଟିଆ ରହୁଥିଲେ । ପ୍ରତିଦିନ ସେ ମଜୁରି ଲାଗି ପେଟ ପୋଷନ୍ତି । ରାତିରେ କାମ କରି ଘରକୁ ଫେରିଲାବେଳେ ମଦ, ହାଣ୍ଡିଆ ପିଇ ଫେରନ୍ତି । ନିଶାଖୋର ଟିକାଚରଣ ମାମୁଁଙ୍କୁ ଡାକ ଛାଡ଼ି ଶୋଇପଡ଼ନ୍ତି । ସମୟ ସମୟରେ ମାମୁଁ ଘରକୁ ଯାଇ ପାଣି ପିଇ ଆସି ଶୋଇପଡ଼ନ୍ତି । ହେଲେ ଗତକାଲି ଫୁଟବଲ୍ ଖେଳ ଦେଖିବାକୁ ଯାଇ ରାତି ୧୦ଟା ପର୍ଯ୍ୟନ୍ତ ଫେରି ନଥିବାର ପଡେ଼ାଶୀ ଘର ମାମୁଁ ପ୍ରକାଶ କରିଥିଲେ । ରାତି ପ୍ରାୟ ୧୦ଟାରେ ଟୀକାଚରଣ ଘରକୁ ଆସିଛନ୍ତି ଓ ତାଙ୍କୁ କୁରାଢ଼ି ଦ୍ୱାରା ଦୃବୃର୍ତ୍ତମାନେ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ଥାନୀୟ ବାସିନ୍ଦାମାନେ ଅନୁମାନ କରୁଛନ୍ତି । ସକାଳ ୭ ଟାରେ ପଡେ଼ାଶୀମାନେ ତାଙ୍କ ସମ୍ପର୍କୀୟ ମାମୁଁ ହିନ୍ଦୁଚରଣକୁ ଖବର ଦେବାରୁ ମାମୁଁ ଘଟଣା ସ୍ଥଳରେ ପହଞ୍ଚôଥିଲେ । ଏହାପରେ ସେ ମଣଦା ଫାଣ୍ଡିରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାଇଥିଲେ । ଖବର ପାଇ ରାଇରଙ୍ଗପୁର ଏସ୍ଡିପିଓ ସ୍ନେହାଶିଷ ସାହୁ ଓ ଆଇଆଇସି କୁନି ବେଶ୍ରା ପହଞ୍ଚô ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି ।
ଘଟଣାସ୍ଥଳରେ ଟିକାଚରଣ ନାଏକର ମାମୁଁ ହିନ୍ଦୁ ନାଏକ, ଚୈତନ ନାଏକ, ବୁଧୁ ନାଏକ, ଟିକା ପିଙ୍ଗୁଆ ସମେତ ଲେଙ୍ଗା ନାଏକଙ୍କୁ ପୁଲିସ ପଚରାଉଚରା କରି ଘଟଣା ସମ୍ପର୍କରେ ବୁଝିଥିଲେ । ଏହାପରେ ରାଇରଙ୍ଗପୁର ହସ୍ପିଟାଲକୁ ଟିକାଚରଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଯାଇଥିଲା । ବିଶୋଇ ପୁଲିସ କେସ୍ ନମ୍ବର ୬/୨୦, ଆଇପିସି ଧାରା ୩୦୨ ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି । ମଣଦା ପୁଲିସ ଫାଣ୍ଡିର ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ହତ୍ୟାକାରୀକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଇତିମଧ୍ୟରେ ବାରିପଦା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି ।
Comments are closed, but trackbacks and pingbacks are open.