ବାରିପଦା,(ବି.ବି.ନୁ୍ୟଜ୍): ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ତେନ୍ତୁଳି ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ତାଙ୍କ ନାଁ ରବୀନ୍ଦ୍ର ଦେହୁରୀ । ରବୀନ୍ଦ୍ର ଗତକାଲି ରାତିରେ ଘରୁ ଖାଇ ସାରି ଗାଁ ହାଟ ପଡିଆରେ ଥିବା ତାଙ୍କ ଦୋକାନକୁ ଶୋଇବାକୁ ଯାଉଥିଲେ । ଏହି ସମୟରେ ଗାଁର କିଛି ଯୁବକ ତାଙ୍କୁ ପିଟିପିଟି ମାରି ଦେଇଥିଲେ । ଏହି ଖବର ମିଳିବା ମାତ୍ରେ ତାଙ୍କ ପରିବାର ଲୋକେ ଓ ତାଙ୍କ ସାହିପଡ଼ିଶା ଏକତ୍ରିତ ହୋଇ ଆକ୍ରମଣ କରିଥିବା ୩ ଯୁବକଙ୍କୁ ଧରି ମାଡ଼ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ଯୁବକମାନଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛି । ହେଲେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ମୃତ ରବୀନ୍ଦ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୋଲିସ ଘଟଣାର ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁସାରେ , ଗାଁ ହାଟ ପଡ଼ିଆର ନିଲାମ ଓ ହାଟ ବସିବା ସମୟକୁ ନେଇ ଗତକାଲି ସକାଳେ ଦୁଇ ଗୋÂୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁନେଇ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି କାରଣ ରହିଛି, ସେ ନେଇ ପୋଲିସ ତଦନ୍ତ କରୁଛି ।
Comments are closed, but trackbacks and pingbacks are open.