କେନ୍ଦୁଝର, (ବି.ବି.ନୁ୍ୟଜ୍): ଏକତରଫା ପ୍ରେମ ପାଇଁ କିଛି ବି କରିପାରେ ପ୍ରେମିକା । ଏପରିକି ଭଲ ପାଉଥିବା ଯୁବତୀକୁ ହତ୍ୟା ଧମକ ଦେବା ପାଇଁ ବି ପଛାଏନାହିଁ ପ୍ରେମିକ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ତୁରୁମୁଙ୍ଗା ପୋଲିସ ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ କରଞ୍ଜିଆ ଥାନା କରଞ୍ଜିଆର କିଶୋର କୁମାର ସାହୁଙ୍କ ପୁଅ ରାଜେଶ କୁମାର ସାହୁ (୨୫)।
ଅଭିଯୋଗ ଅନୁଯାୟୀ ତୁରୁମୁଙ୍ଗା ଥାନା ଅଞ୍ଚଳ ର ଜଣେ ଯୁବତୀ କରଞ୍ଜିଆ କଲେଜରେ ପଢ଼ୁଥିବା ବେଳେକୁ ଯୁବକ ଜଣଙ୍କ ତାଙ୍କୁ ଏକ ତରଫା ଭଲ ପାଉଥିଲେ। ନିକଟରେ ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ୍ ହେବା ପରେ ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଆସି ଏସିଡ୍ ପକାଇ ପୋଡି ମାରିଦେବାର ଧମକ ଦେଇଥିଲା। ଏପରି କି କିଛିଦିନ ପୂର୍ବରୁ ଯୁବକ ଜଣଙ୍କ ତୁରୁମୁଙ୍ଗା ବଜାର ଉପରେ ମଧ୍ୟ ଅସଦାଚରଣ କରିବା ସହିତ ଧମକ ମଧ୍ୟ ଦେଇଥିଲେ । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ତୁରୁମୁଙ୍ଗା ଥାନା କେସ ନମ୍ବର ୬୭/୨୦ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed, but trackbacks and pingbacks are open.