ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

Get real time updates directly on you device, subscribe now.

ଟିକିରି,(ବି.ବି.ନୁ୍ୟଜ୍): କାଶୀପୁର ବ୍ଲକ ଦୋରାଗୁଡା ଥାନା ଟିକ୍ରାପଡା ଗାଁର ଜଣେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତାଜଣଙ୍କ ହେଲେ ଗାଁର ମନ ଝୋଡିଆଙ୍କ ଝିଅ ମାଳନ୍ତୀ ଝୋଡିଆ(୧୯) । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଏନେଇ ଥାନାରେ ୩/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି । ଅନ୍ୟପକ୍ଷେ ଶବକୁ ପରିବାର ଲୋକେ ଗ୍ରହଣ କରି ଗାଁକୁ ଆଣିବା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗାଁର ଜଣେ ଯୁବକଙ୍କୁ ଏଥିପାଇଁ ଦାୟୀ କରି ତାଙ୍କ ଘର ଆଗରେ ଶବ ରଖି ଗ୍ରାମବାସୀ ଆନେ୍ଦାଳନ କରିଛନ୍ତି । ଖବର ଲେଖା ଯିବା ଅର୍ଥାତ ରାତି ୮ଟା ପର୍ଯ୍ୟନ୍ତ ଘଟଣାର ସମାଧାନ ହୋଇ ନଥିବାରୁ ଶବ ସକ୍ରାର ହୋଇ ନଥିଲା । ତେବେ ଏସମ୍ପର୍କରେ ଖବର ନଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ବୁଧବାର ମାଳନ୍ତୀ ବାଗ୍ରିଝୋଲା ଗାଁରେ ଥିବା ତାଙ୍କ ଦାଦାଙ୍କ ଘରକୁ ଯାଇ ଆଉ ଫେରି ନଥିଲେ । ଗୁରୁବାର ସନ୍ଧ୍ୟାରେ ଟିକ୍ରାପଡା ଗାଁଠାରୁ ପ୍ରାୟ ୨କିମି ଦୂରରେ ଥିବା ଏକ ଜାମୁଗଛରେ ମାଳନ୍ତୀଙ୍କ ଶବ ଝୁଲୁଥିବା ଦେଖି ଗ୍ରାମବାସୀ ପରିବାରକୁ ଖବର ଦେଇଥିଲେ । ପରିବାର ପକ୍ଷରୁ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ଦୋରାଗୁଡା ଆଇଆଇସି ଶ୍ରୀ ଭତ୍ରାଙ୍କ ସମେତ ଏସଆଇ ଲକ୍ଷ୍ମୀ ପରଜା ପହଞ୍ଚିଥିଲେ । ଶବ ଜବତ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରିଛି । ଅପରପକ୍ଷେ ଯୁବତୀଙ୍କ ଆତ୍ମହତ୍ୟା ପାଇଁ ଗାଁର ଜଣେ ଯୁବକଙ୍କୁ ଦାୟୀ କରି ତାଙ୍କ ଘର ଆଗରେ ଆଜି ଶବରଖି ପରିବାର ସହ ଗ୍ରାମବାସୀ ଅନେ୍ଦାଳନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons