
ଜୟପୁର,(ବି.ବି.ନୁ୍ୟଜ): ମାର୍ଚ୍ଚ ମାସରୁ ପାଣି ଅଭାବ । ଜମି ଫାଟି ଆଁ । ହଳଦିଆ ପଡ଼ିଗଲାଣି ଧାନ ଗଛ । କେତେକ ସ୍ଥାନରେ ଜମି ହଳ କରି ଛାଡିଦେଇଛନ୍ତି ଚାଷୀ । କେନାଲ୍ରେ ପାଣି ଆସୁନଥିବାରୁ ଧାନଗଛ ନଷ୍ଟ ହୋଇଗଲାଣି । ଆଉ ଦୁଇ ତିନି ଦିନ ମଧ୍ୟରେ ଜମିକୁ ପାଣି ଯୋଗାଣ ନହେଲେ ବଳକା ଜମିର ଧାନଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି କହିଛନ୍ତି ଜୟପୁର ବ୍ଲକ ରଣ୍ଡାପାଲ୍ଲୀ ପଞ୍ଚାୟତ ଟାଙ୍କୁଗୁଡା ଅଞ୍ଚଳର ଚାଷୀ । ଜଳସେଚନ ବିଭାଗର ଅବହେଳାକୁ ଏଥିଲାଗି ସେମାନେ ଦାୟୀ କରିଛନ୍ତି । ରବିବାର ସୁଦ୍ଧା ପାଣି ଯୋଗାଣ ନଦେଲେ ସୋମବାର ଜଳସେଚନ ବିଭାଗ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଟାଙ୍କୁଗୁଡା ଅଞ୍ଚଳର ଚାଷୀ କହିଛନ୍ତି, ଡିସେମ୍ବର ୧୫ ତାରିଖରୁ କେନାଲର ପାଣି ଛଡାଯିବା କାର୍ଯ୍ୟକ୍ରମ ରହିଥିଲା । ପାଣି ଛଡାଯିବା ପରେ ଜାନୁଆରୀ ୨ରୁ ପାଣି ମାଡିଲା । ପାଣି ମାଡିବା ପରେ ହଳ କରିବା ଆରମ୍ଭ କରିଥିଲେ । ଧାନ ରୋଇଥିଲେ । ମାର୍ଚ୍ଚ ୨ ତାରିଖରୁ ଆଉ ପାଣି ଛଡ଼ାଗଲାନି । ଏହାର କାରଣ ଖୋଜିଥିଲେ ସେମାନେ । ତେଲିପୁଟ-୨ ଶାଖା କେନାଲରୁ ପାଣି ଆସୁଥିବାରୁ ସେଠାକୁ ଯାଇଥିଲେ । ଶାଖା କେନାଲରେ ଯେତିକି ପାଣି ଆସିବା କଥା, ସେତିକି ଆସୁନଥିବା ଦେଖିବାକୁ ପାଇଥିଲେ । ଶେଷ ମୁଣ୍ଡରେ ପାଣି ପହଞ୍ଚିବାରେ ସମସ୍ୟା ହେଉଥିଲା । ଏ ସମ୍ପର୍କରେ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ଫୋନରେ ଜଣାଇଥିିଲେ । ଅପରକୋଲାବ ଜଳବିଦୁ୍ୟତ ପ୍ରକଳ୍ପରୁ ଠିକ୍ ଭାବେ ବିଦୁ୍ୟତ ଉପôାଦନ ହେଉନଥିବାରୁ ମୁଖ୍ୟ କେନାଲରୁ ପାଣି ଛାଡିବାରେ ଅସୁବିଧା ହେଉଥିବା ସେ କହିଥିଲେ । ବିଦୁ୍ୟତ ଉପôାଦନ ସ୍ୱାଭାବିକ ହେଲେ ପାଣି ଯୋଗାଣ ସ୍ୱାଭାବିକ ହେବ ବୋଲି ସଫେଇ ଦେଇଥିଲେ । ବିଦୁ୍ୟତ ଉପôାଦନ ହେଉ କି ନ ହେଉ, ସେମାନଙ୍କୁ ପାଣି ଦରକାର ବୋଲି ଦାବି କରିଥିଲେ । ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନି । ଦୁଇ ଦିନ ମଧ୍ୟରେ ପାଣି ଯୋଗାଣ ନଦେଲେ ଚାଷୀ ଗୋପାଳ ତନ୍ତୀଙ୍କ ୭ ଏକର, ତୁଳାରାମ ପାଙ୍ଗିଙ୍କ ୪ ଏକର, ମୁନା ଦେବତାଙ୍କ ୪ ଏକର, ଗୋବିନ୍ଦ ବଣିଆଙ୍କ ୭ ଏକର, ରବି ଗାଦବାଙ୍କ ୩ ଏକର, ସଦା ହରିଜନଙ୍କ ୨ ଏକର, ରାମଚନ୍ଦ୍ର ଗାଦବାଙ୍କ ୨ ଏକର, କମଳୁ ପୂଜାରୀଙ୍କ ୬ ଏକର, ନୀଳେନ୍ଦ୍ର ପରଜାଙ୍କ ୬ ଏକର ଏବଂ ଅନ୍ୟ ଚାଷୀଙ୍କର ମିଶି ପ୍ରାୟ ୫୦ହେକ୍ଟର ଜମିର ଫସଲ ନଷ୍ଟ ହୋଇଗଲାଣି ।
ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଭାଷଚନ୍ଦ୍ର ମିଶ୍ର କହିଛନ୍ତି, ବିଦୁ୍ୟତ ଉପôାଦନ କମି ଥିବାରୁ ସମସ୍ୟା ହୋଇଛି । ଶୁକ୍ରବାର ଠିକ୍ ଭାବେ ବିଦୁ୍ୟତ ଉପôାଦନ ହୋଇଛି । ଆଜି ଅଧିକ ପାଣି ଛଡାଯାଇଛି । ଆଜି ସଂଧ୍ୟା ସୁଦ୍ଧା ଚାଷୀଙ୍କ ଜମିରେ ପାଣି ମାଡ଼ିବ ।


Comments are closed, but trackbacks and pingbacks are open.